ଭାଙ୍ଗିଲା ପରମ୍ପରା, ବିନା ରଥରେ ନୀତିକାନ୍ତି
🎬 Watch Now: Feature Video
କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୁ ସ୍ୱାଗତ ଜଣାଇ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ରହିଛି। ତେବେ କଟକ ଚାନ୍ଦିନିଚୌକି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ହୋଇନଥିଲେ ବି ଠାକୁରଙ୍କ ନୀତିକାନ୍ତି କରାଯାଇଛି । ପୁରୀ ମୁକ୍ତି ମଣ୍ଡପ ସହ ଆଲୋଚନା କରାଯାଇ ମନ୍ଦିର ଭିତରେ ଥିବା ବିମଳା ମନ୍ଦିର ପଛ ପଟେ ୩ ମୂର୍ତ୍ତିଙ୍କୁ ରଖାଯାଇ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ସେହିପରି ମନ୍ଦିର ବାହାରୁ ଭକ୍ତ ମାନେ ଦର୍ଶନ କରିଛନ୍ତି । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।