ଦେଶାତ୍ମକବୋଧ ଗୀତରେ ବିଶ୍ୱ ରେକର୍ଡ, ଏକା ସାଙ୍ଗରେ ଗାଇଲେ ୧ କୋଟି ୨ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ - ଦେଶାତ୍ମାବୋଧ ଗୀତରେ ବିଶ୍ବ ରେକର୍ଡ
🎬 Watch Now: Feature Video

ଜୟପୁର: ଏକାସାଙ୍ଗରେ ୧ କୋଟି ୨ ଲକ୍ଷରୁ ଅଧିକ ବ୍ୟକ୍ତି ଦେଶାତ୍ମକବୋଧ ଗୀତ ଗାଇ ସୃଷ୍ଟି କଲେ ରେକର୍ଡ । ରାଜସ୍ଥାନରେ ଶୁକ୍ରବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଠାରେ ସମସ୍ତ ୩୩ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଶାତ୍ମାବୋଧ ଗୀତ ଗାଇଛନ୍ତି ରାଜସ୍ଥାନବାସୀ । ଶୁକ୍ରବାର ୧୦.୧୫ରୁ ୧୦.୪୫ ସ୍କୁଲ୍ର ଛାତ୍ରଛାତ୍ରୀ ଓ ଅଭିଭାବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୨୫ ମିନିଟ୍ ମଧ୍ୟରେ ୬ଟି ଦେଶାତ୍ମାବୋଧ ଗୀତ ଗାଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୧ କୋଟି ୨୧ ଲକ୍ଷ ୭୬ ହଜାର ୭୩୭ ଛାତ୍ରଛାତ୍ରୀ ଓ ଅଭିଭାବକ ସାମିଲ ଥିଲେ ।