ଦିଅଁଙ୍କୁ ବି ଛାଡିନେଲି ଚୋର, ଦୁଇ ମନ୍ଦିରରୁ ନେଇଗଲେ ଅଳଙ୍କାର - ବାଲେଶ୍ବରର ଦୁଇଟି ମନ୍ଦିରରୁ ଅଳଙ୍କାର ଚୋରି
🎬 Watch Now: Feature Video
ବାଲେଶ୍ବର: ସହରର ଶୋଭାରାମପୁର ଓ ଗୁଡ଼ି ପଦା ଅଞ୍ଚଳର ଦୁଇଟି ମନ୍ଦିରରୁ ଅଳଙ୍କାର ଚୋରି । ମନ୍ଦିର ଭିତରୁ ସୁନା ଓ ରୁପା ଅଳଙ୍କାର, ମୁକୁଟ, ବାସନ ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମା ବାସୁଳୀ ଓ ମା ସନ୍ତୋଷୀଙ୍କ ମନ୍ଦିରକୁ ଆଜି ସକାଳୁ ପୂଜକ ଯିବା ସମୟରେ ମନ୍ଦିରର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ସହଦେଵଖୁଣ୍ଟା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Dec 17, 2021, 1:56 PM IST