Matric exam: ପରୀକ୍ଷା କେନ୍ଦ୍ର ବୁଲିଲେ ଜିଲ୍ଲାପାଳ - ଯାଜପୁରରେ ମାଟ୍ରିକ ପରୀକ୍ଷା
🎬 Watch Now: Feature Video
ଯାଜପୁର: ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଯାଜପୁର ଜିଲ୍ଲାର ୧୬୧ଟି କେନ୍ଦ୍ରରେ ୨୬ହଜାର ୬୨୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଶୃଙ୍ଖଳିତ ପରୀକ୍ଷା ପରିଚାଳନା କରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ଏବଂ କପି ରୋକିବା ପାଇଁ ୫ଟି ସ୍କାର୍ଡ ଗଠନ କରାଯାଇଛି । ଯାଜପୁର ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲାପାଳ ରଞ୍ଜନ କୁମାର ଗିରି ବିଭିନ୍ନ କେନ୍ଦ୍ରକୁ ବୁଲି ପରୀକ୍ଷା ପରିଚାଳନା ବ୍ୟବସ୍ଥାର ତଦାରଖ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାନୀୟ ଜଳ ସହିତ ଟଏଲେଟ୍ ବ୍ୟବସ୍ଥାର ଯାଞ୍ଚ ମଧ୍ୟ କରିଥିଲେ । ଆଜି ପ୍ରଥମ ଦିନରେ ଇଂରାଜି ପରୀକ୍ଷା ଥିବା ବେଳେ ଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ଜଣାପଡ଼ିଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ