ଚଳଚଞ୍ଚଳ ଛତ୍ରପୁର: 2 ବର୍ଷ ପରେ ମା’ ରାମାୟଣାମ୍ମାଙ୍କ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ - ଛତ୍ରପୁର ଠାକୁରାଣୀଙ୍କ ଯାତ୍ରା
🎬 Watch Now: Feature Video
ବ୍ରହ୍ମପୁର: ଆରମ୍ଭ ହେଲା ଛତ୍ରପୁରର ପ୍ରସିଦ୍ଧ ମାଆ ରାମାୟଣାମ୍ମା ଠାକୁରାଣୀଙ୍କ ଯାତ୍ରା । ଏହି ଯାତ୍ରା ପ୍ରତି ଦୁଇବର୍ଷକୁ ଥରେ ଆୟୋଜିତ ହେଉଥିବା ବେଳେ କୋରୋନା କଟକଣା ଯୋଗୁଁ ସ୍ଥଗିତ ରହିଥିଲା । ଚଳିତ ବର୍ଷ ମାଆଙ୍କ ଯାତ୍ରା ଏକ ମାସ ଧରି ଆୟୋଜିତ ହେବ। ମାଆଙ୍କ ବାପ ଘରୁ ଯାତ୍ରା କମିଟି ପକ୍ଷରୁ ନିମନ୍ତ୍ରଣ କରି ଆଜ୍ଞାମାଳ ମିଳିବା ପରେ ଯାତ୍ରା ଆରମ୍ଭ ହୋଇଛି । ତେବେ ଏନେଇ ଯାତ୍ରାର ମୁଖ୍ୟ ପରିଚାଳକଙ୍କ ଓ ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।