୫ ମାସ ପରେ ଖୋଲିଲା ମା ମଝିଘରିଆଣିଙ୍କ ଦାନ ହୁଣ୍ଡି

By

Published : Aug 24, 2022, 7:57 PM IST

thumbnail
ରାୟଗଡ଼ା: ଦୀର୍ଘ ପାଞ୍ଚ ମାସ ପରେ ଖୋଲାଗଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣିଙ୍କ ହୁଣ୍ଡି (maa majhighariani donation box opened in rayagada) । ହୁଣ୍ଡିରୁ ଅନେକ ଟଙ୍କା ସହ ସୁନା, ଅଳଙ୍କାର ଓ ବିଦେଶୀ ନୋଟ ଆମେରିକା ଡଲାର ଓ ଆଫ୍ରିକାର ନୋଟ ବାହାରିଛି । ଦାନ ଆକାରରେ ଭକ୍ତମାନେ ହୁଣ୍ଡିରେ ଏହା ପକାଇଥାନ୍ତି । ହୁଣ୍ଡି ଖୋଲାଯିବା ପରେ ଟଙ୍କା ସୁନା ଗଣନା ଆରମ୍ଭ ହୋଇଛି । ଭେଙ୍କେଟେଶ୍ବର କଲ୍ୟାଣ ମନ୍ଦିର ଓ ଜେମେଶ ଟୁଟିରିଆଲର ସଭ୍ୟମାନେ ଗଣତି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗତ ମାର୍ଚ୍ଚ ମାସରେ ହୁଣ୍ଡିରୁ ପ୍ରାୟ 78 ଲକ୍ଷ 88 ହଜାର ଟଙ୍କା ସହ 54 ଗ୍ରାମ ସୁନା ଓ 2 କିଲୋ 60 ଗ୍ରାମ ରୂପା ବାହାରିଥିଲା । ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.