thumbnail

ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, ହାତୀ ଆଖଡା ମଠରୁ ଆସିଲା ସୁସ୍ବାଦୁ ଫଳ

By

Published : Jun 22, 2022, 7:26 PM IST

ପୁରୀ: ଅଣସରରେ ତିନି ଠାକୁର । ମହାପ୍ରଭୁଙ୍କ ନିକଟରେ ଲାଗି ପାଇଁ ଗଲା ଅଣସର ଫଳ ଭାର । ଜ୍ୱରରେ ଆକ୍ରାନ୍ତ ଥିବାରୁ ମହାପ୍ରଭୁଙ୍କ ନିକଟରେ ଅନ୍ନ ଭୋଗ ହେଉନଥିବାରୁ ହାତୀ ଆଖଡା ମଠ ପକ୍ଷରୁ ଶ୍ରୀମନ୍ଦିରକୁ ଫଳ ଭାର ପଠାଯାଇଛି । କ୍ଷୀର ଜାତୀୟ ଦ୍ରବ୍ୟ ସମେତ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ପ୍ରକାର ଫଳ ପଠାଯାଇଛି । ହାତୀ ଆଖଡା ମଠ ପକ୍ଷରୁ ଆସିଥିବା ଫଳ ମୂଳ ମହାପ୍ରଭୁଙ୍କ ନିକଟରେ ଲାଗି ହେବ । ଏହାକୁ ସେବନ କରି ଅସୁସ୍ଥ ଥିବା ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବାର ପ୍ରଥା ରହିଛି । ଆମ୍ବ, ପଣସ, କଦଳୀ, ନଡ଼ିଆ ପରି ଭଳି କି ଭଳି ବିଭିନ୍ନ ସୁସ୍ୱାଦୁ ଫଳ ଆଜି ଶ୍ରାମନ୍ଦିରରେ ପହଞ୍ଚିଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.