KGF Chapter 2: ରକି ଭାଇଙ୍କୁ ୩ ଲକ୍ଷ ମୂଲ୍ୟର ହାର ପିନ୍ଧାଇ ଫ୍ୟାନ୍ସଙ୍କ ଗ୍ରାଣ୍ଡ ୱେଲକମ

By

Published : Apr 14, 2022, 3:47 PM IST

thumbnail
ବେଙ୍ଗାଲୁରୁ: ବହୁପ୍ରତିକ୍ଷିତ ଫିଲ୍ମ KGF Chapter 2 ଆଜି (ଗୁରୁବାର) ଥିଏଟରରେ ରିଲିଜ ହୋଇଛି । ସାଣ୍ଡାଲଉଡ଼ର ରକିଂ ଷ୍ଟାର ୟଶ୍‌ଙ୍କ ଏହି ଆକ୍ସନ ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସ ଚାତକ ପରି ଚାହିଁ ରହିଥିବା ବେଳେ ଏହା ପରିଶେଷରେ ରିଲିଜ ହୋଇଛି । ଏଥିରେ ବଲିଉଡ଼ ଷ୍ଟାର ରବୀନା ଟଣ୍ଡନ ଓ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ଫାଷ୍ଟ ଶୋ' କର୍ଣ୍ଣାଟକର ବିଭିନ୍ନ ଥିଏଟରରେ ଆଜି ସକାଳେ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଗତ ୨ ବର୍ଷ ଧରି ୟଶ୍‌ ଫ୍ୟାନ୍ସ ଏହି ଫିଲ୍ମକୁ ଅପେକ୍ଷା କରି ରହିଥିଲେ । ଫିଲ୍ମଟି ରିଲିଜ ହେବା ପରେ ୟଶ୍‌ଙ୍କ ଫ୍ୟାନ୍ସ ଏହାର ଗ୍ରାଣ୍ଡ ୱେଲକମ କରିଛନ୍ତି । ଫ୍ୟାନ୍ସ ବେଙ୍ଗାଲୁରୁର ତ୍ରୀବେଣୀ ସିନେମା ସମ୍ମୁଖରେ ୟଶ୍‌ଙ୍କ କଟଆଉଟ୍‌କୁ ଫୁଲରେ ସୁସଜ୍ଜିତ କରିଥିବା ଦେଖିବାକୁ ମିଳିଛି । ଏହାସହିତ ବାଣ ଫୁଟାଇ ୭୨ ଫୁଟ ଉଚ୍ଚତାର କଟଆଉଟ୍‌ରେ ୩ ଲକ୍ଷ ମୂଲ୍ୟର ଫୁଲହାର ଲଗାଇଥିବା ଦେଖିବାକୁ ମିଳିଛି । ଫିଲ୍ମଟି କନ୍ନଡ, ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟାଲାମ ଭାଷାରେ ରିଲିଜ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.