ବୃଦ୍ଧାଙ୍କ ବେକରୁ ଚେନ ଝାମ୍ପିନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ - କରିଲିବାଗରେ ଡକାୟତି
🎬 Watch Now: Feature Video
ଗାନ୍ଧୀନଗର: କରିଲିବାଗ ଅଞ୍ଚଳରେ ଡକାୟତି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ରାତି ପ୍ରାୟ ୮ଟା ସମୟରେ ଜଣେ ବୃଦ୍ଧା ନିଜ ଘର ସମ୍ମୁଖରେ ବସିଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ପଳାଇ ଯାଇଥିଲେ । ଏନେଇ କରିଲିବାଗ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଫୁଟେଜ ଯାଞ୍ଚ ବେଳେ ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବା ଜଣା ପଡ଼ିଛି ।