ସମରସଲ୍ଟ ପ୍ରଦର୍ଶନ ବେଳେ ଚାଲିଗଲା ଜୀବନ - ସମରସଲ୍ଟ ବେଳେ ଚାଲିଗଲା ଜୀବନ
🎬 Watch Now: Feature Video
ଚେନ୍ନାଇ: ତିରୁବନ୍ନାମଲାଇ କଲାଥୁମେତୁରେ ଜଣେ କବାଡି ଖେଳାଳି ହଜାର ହଜାର ପ୍ରଶଂସକଙ୍କ ଆଗରେ ସମରସଲ୍ଟ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ହଠାତ୍ ଅଚେତ ହୋଇ ପଡିଥିଲେ । କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ତିରୁବନ୍ନାମଲାଇ କଲାଥୁମେତୁ ଷ୍ଟ୍ରିଟରୁ । ଏହି କବାଡି ଖେଳାଳି ଜଣକ ହେଲେ ୩୪ ବର୍ଷିୟା ବିନୋଦ କୁମାର । ଏକ ମନ୍ଦିର ମହୋତ୍ସବ ପାଇଁ ସ୍ଥାନୀୟ ଲୋକେ କବାଡି ପ୍ରତିଯୋଗିତାର ଆୟୋଜନ କରିଥିଲେ । ସେଥିରେ ଭାଗ ନେବା ପାଇଁ କଲାଥୁମେତୁ କେଏମଏସ ଦଳର ଖେଳାଳି ଭାବେ ଯୋଗଦେଇ ଥିଲେ ବିନୋଦ କୁମାର । ତାଙ୍କର ସାଥି ଖେଳାଳିଙ୍କ ସହିତ ଖେଳ ଅଭ୍ୟାସ କରିବା ସମୟରେ ସମରସଲ୍ଟ ଉଦ୍ୟମ ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରେ ସେ ଚେତା ଶୂନ୍ୟ ହୋଇପଡିଥିଲେ । ସ୍ଥାନୀୟ ଲୋକ ବିନୋଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ କିଛି ଦିନ ଚିକିତ୍ସା ହେବା ପରେ ତାଙ୍କର ଦେହାନ୍ତ ହୋଇଛି ।