ଜଶନ୍-ଇ-ଖାସ୍ ଫୁଡ୍ ଫେଷ୍ଟିଭାଲର ଶୁଭାରମ୍ଭ, ନିଅନ୍ତୁ ସ୍ବାଦିଷ୍ଟ ଖାଦ୍ୟର ମଜା - ଜଶନ୍ ଇ ଖାସ୍ ଫୁଡ୍ ଫେଷ୍ଟିଭାଲ ଭୁବନେଶ୍ବର

🎬 Watch Now: Feature Video

thumbnail

By

Published : Aug 5, 2022, 8:41 PM IST

ଭୁବନେଶ୍ବର: ରାଜଧାନୀର ଏକ ହୋଟେଲରେ ଜଶନ୍-ଇ-ଖାସ୍ ଫୁଡ୍ ଫେଷ୍ଟିଭାଲର ଶୁଭାରମ୍ଭ । ୫ ଅଗଷ୍ଟରୁ ୧୪ ଅଗଷ୍ଟ ପର୍ଯ୍ୟନ୍ତ ଏହି ଜଶନ୍-ଇ-ଖାସ୍ ଫୁଡ୍ ଫେଷ୍ଟିଭାଲ୍ ଚାଲିବ । ବିଶେଷକରି ସହରକୁ ଆସୁଥିବା ଗ୍ରାହକଙ୍କ ପାଇଁ ଏହି ଫୁଡ ଫେଷ୍ଟିଭାଲ୍ ଖୋଲିଛି ସ୍ବସ୍ତି ଗ୍ରାଣ୍ଡ । ଏହି ଫୁଡ ଫେଷ୍ଟିଭାଲରେ ପ୍ରତିଦିନ ଭିନ୍ନ ଭିନ୍ନ ଖାଦ୍ଯର ସମ୍ଭାର ରହିଛି । ପ୍ରଥମ ଦିନରେ ବିରିୟାନି, କବାବ ଏବଂ ପରଠାର ଖାଦ୍ୟ ଚୟନକୁ ନେଇ ଗଠିତ ପ୍ରୋତ୍ସାହନମୂଳକ ମେନୁ ରହିଛି । ୧୦ ଦିନ ଭିତରେ ମେନୁରେ ନନଭେଜ ଆଇଟମରେ ତନ୍ଦୁରି, ହରିୟାଲୀ ପୋମଫ୍ରେଟ୍, ତନ୍ଦୁରି ଜଲପରି, ସେକ୍ ଡୋ ବଦନ, ମଟନ୍ ଗାଲୋଟି କବାବ, ମୁର୍ଗ ଗିଲାଫି ଖୋଜ କବାବ, ଚିକେନ୍ କଲମି କବାବ, ରୋଟି ପେ ବୋଟି ରହିଛି । ସେହିପରି ଭେଜ୍ ମେନୁରେ ପନିର୍ ହିଲ୍ ଟପ୍, ଦହି କେ ଶୋଲେ, ଭେଜ୍ ଗାଲୁଟି, ଭେଜ୍ ଶିକାମପୁରୀ କବାବ, ଏବଂ ମାଲାବର ପରଠା, ଅମୃତସରୀ କୁଲଚା, ଟାୱା ଲାଖା ପରଠା, କିମା ନାନ୍ ମଟନ୍ ଭଳି ବହୁ ଆଇଟମ ରହିଛି । ଏଥିରେ ପ୍ରାଇସ ରେଟ୍ ମଧ୍ୟ ବେଶ୍ ସୁହାଇଲା ଭଳି ରହିଛି । ତେବେ ଆଗାମୀ ୧୦ ଦିନ ମଧ୍ୟରେ ସହରକୁ ଆସୁଥିବା ବ୍ୟକ୍ତି ବିଶେଷମାନେ ଏହି "ଫୁଡ୍ ଫେଷ୍ଟିଭାଲ୍”ରେ ଲଞ୍ଚ ଓ ଡିନର ମଜା ନେଇପାରିବେ ବୋଲି ହୋଟେଲ କର୍ମଚାରୀ କହିଛନ୍ତି । ତେବେ ଏସବୁ ଖାଦ୍ୟ ଅଳ୍ପ ତେଲ ଓ ମସଲାରେ ପ୍ରସ୍ତୁତ ହେଉଥିବା କହିଛନ୍ତି କର୍ମଚାରୀ । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.