ଶ୍ରୀମନ୍ଦିର ଦ୍ବାରଫିଟା ଓ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳଆଳତୀ - ପ୍ରଭୁ ପତିତପାବନ
🎬 Watch Now: Feature Video

ଜଗତର କଲ୍ୟାଣ ସହ ପତିତମାନଙ୍କୁ ଭବ ସାଗରରୁ ଉଦ୍ଧାର କରିବା ପାଇଁ ପତିତପାବନ ନାମ ବହନ କରୁଥିବା ସାକ୍ଷାତ ଜଗତର ନାଥ ଜଗନ୍ନାଥଙ୍କର ସବୁଦିନ ପରି ଆଜି ସକାଳେ ମଧ୍ୟ ମଙ୍ଗଳ ଆଳତୀ କରାଯାଇଛି । ପ୍ରଥମେ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ପରେ ପୂଜା ପଣ୍ଡା ହାତରେ ଦୀପ, ଘଣ୍ଟି ମୁଖରେ ଅନର୍ଗଳ ମନ୍ତ୍ରୋଚାରଣ କରି ପତିତପାବନଙ୍କ ଆଳତୀ କରିଛନ୍ତି ।