ଯୋଗ ହେଉଛି ଭାରତ ବିବିଧତାର ପ୍ରତୀକ: ପୁରେନ୍ଦେଶ୍ଵରୀ
🎬 Watch Now: Feature Video
ଝାରସୁଗୁଡ଼ା: ଆଜି ହେଉଛି ବିଶ୍ୱ ଯୋଗ ଦିବସ । କୋଭିଡ ସଂକ୍ରମଣ ଯୋଗୁଁ ଦୁଇ ବର୍ଷ ପରେ ଭାରତରେ ମିଳିତ ଭାବେ ଯୋଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ଝାରସୁଗୁଡ଼ାସ୍ଥିତ ମନମୋହନ ସ୍କୁଲ ପଡିଆଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସମିତି ଝାରସୁଗୁଡ଼ା ଓ ମାରୱାଡ଼ି ଯୁବା ମଞ୍ଚ ମିଳିତ ଆନୁକୂଲ୍ୟରେ ଯୋଗ ସମାରୋହ ଆୟୋଜନ ହୋଇଛି । ଏଥିରେ ବିଜେପି ଓଡିଶା ପ୍ରଭାରୀ ଡି.ପୁରେନ୍ଦେଶ୍ଵରୀ ସାମିଲ ହୋଇଛନ୍ତି । ଯୋଗ ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି । ସମଗ୍ର ସମାଜ ପାଇଁ ଶାନ୍ତି ଆଣି ଦେଇଛି । ପୂର୍ବରୁ ଘରେ ସୀମିତ ଥିବା ଯୋଗ ଏବେ ବିଶ୍ୱରେ ପହଞ୍ଚିଛି । ନୀରୋଗ ଜୀବନ ପାଇଁ ଏହା ଏକ ଉତ୍ତମ ମାଧ୍ୟମ ବୋଲି ଡି.ପୁରେନ୍ଦେଶ୍ଵରୀ କହିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡ଼ା