Cyclone Update: ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଉପରେ ନାହିଁ ପ୍ରଭାବ କହିଲେ IMD DG

By

Published : May 6, 2022, 9:27 PM IST

thumbnail
ଭୁବନେଶ୍ବର: ଆଜି ସକାଳେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସେହି ସ୍ଥାନରେ ସ୍ଥିର ରହିଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଉପରେ କୌଣସି ପ୍ରଭାବ ନାହିଁ କହିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୭ ତାରିଖ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ୧୦ ତାରିଖ ସୁଦ୍ଧା ପହଞ୍ଚିବ । ବାତ୍ୟାର କେନ୍ଦ୍ର ୧୦ ତାରିଖ ସକାଳେ ଓଡ଼ିଶା ଉପକୂଳରୁ ପ୍ରାୟତଃ ୨୦୦ରୁ ୨୫୦ କିମି ଦୂରରେ ପଶ୍ଚିମ ବଙ୍ଗୋପସାଗରରେ ରହିବ । ଏହାର ପ୍ରଭାବରେ ୯ ତାରିଖଠାରୁ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟରରୁ ଅଧିକ ହେବ । ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.