ଆଜାନ ପାଇଁ ଭାଷଣ ରୋକିଲେ ଶାହ, ତାଳି ବଜାଇ ପ୍ରଶଂସା କଲେ ସମର୍ଥକ - ଅମିତ ଶାହଙ୍କୁ ତାଳି ବଜାଇ ପ୍ରଶଂସା କଲେ ସମର୍ଥକ
🎬 Watch Now: Feature Video

ଶ୍ରୀନଗର: ବର୍ତ୍ତମାନ ଜମ୍ମୁ ଓ କାଶ୍ମୀର ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ (Amit Shah paused his speech) । ଏହି ଅବସରରେ ବୁଧବାର ବାରାମୁଲାରେ ଏକ ସଭାକୁ ସମ୍ବୋଧିତ କରୁଥିଲ ଅମିତ ଶାହ । ତେବେ ଏହି ସମୟରେ ସ୍ଥାନୀୟ ଏକ ମସଜିଦ୍ରେ ଆଜାନ୍ ଆରମ୍ଭ ହୋଇଥିଲା । ଆଜାନ ଚାଲିଥିବାରୁ ଭାଷଣକୁ ଅଧାରେ ରୋକି ଦେଇଥିଲେ ଅମିତ ଶାହ । ଏହାକୁ ନେଇ ଉପସ୍ଥିତ ସମର୍ଥକ ତାଳି ବଜାଇ ତାଙ୍କୁ ପ୍ରଶଂସା କରିଥିଲେ । ଆଜାନ ଶେଷ ହେବାପରେ ପୁନଃ ଅମିତ ଶାହ ଭାଷଣ ଆରମ୍ଭ କରିଥିଲେ । ବାରାମୁଲାରେ ଆୟୋଜିତ ସଭାରେ ହଜାର ହଜାର ସମର୍ଥକ ଯୋଗ ଦେଇଥିଲେ ।