ଅସ୍ତ୍ରୋପଚାର ବେଳେ ଆନାସ୍ଥେସିଆ କାହିଁକି ଦିଆଯାଏ, ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

By

Published : Jun 3, 2022, 7:44 AM IST

thumbnail
କଟକ: ଜିଲ୍ଲାର ତେଲେଙ୍ଗାପେଣ୍ଠ ସ୍ଥିତ HCG ପଣ୍ଡା କ୍ୟାନ୍ସର ହସ୍ପିଟାଲରେ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆନାସ୍ଥେସିଆ ବିଶେଷଜ୍ଞ ମାନଙ୍କର ଏକ ସମ୍ମିଳନୀ ଓ କର୍ମଶାଳା । ଏହି କର୍ମଶାଳାର ନାଁ " Live difficult airway workshop - 2022" । ଏଚ ସି ଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ଓ ଇଣ୍ଡିଆନ ସୋସାଇଟି ଅଫ ଆନାସ୍ଥେସିଓଲୋଜିଷ୍ଟ ଭୁବନେଶ୍ବର ଶାଖାର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳାର ଆୟୋଜନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏହିଭଳି ଏକ କର୍ମଶାଳାର ଆୟୋଜନା କରାଯାଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ 150 ଜଣ ଆନାସ୍ଥେସିଓଲୋଜିଷ୍ଟଙ୍କୁ ଏହି କର୍ମଶାଳା ଜରିଆରେ ପ୍ରଶିକ୍ଷଣ ଦିଆଯିବ । ୩୦ ଜଣ ବିଶେଷଜ୍ଞ ଏହି ପ୍ରଶିକ୍ଷଣ ଦେବେ । ଅସ୍ତ୍ରୋପଚାର ସମୟରେ ଆନାସ୍ଥେସିଆର ଗୁରୁତ୍ବପୂର୍ଣ ଭୂମିକା ଓ ଏହି ସମୟରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାର ଚାଲେଞ୍ଜ ସମ୍ପର୍କରେ କର୍ମଶାଳାରେ ଆଲୋଚନା କରାଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.