ETV Bharat / health

ଶୀତ ଦିନେ କାଶ ଭଲ ହେଉନି କି ? ଉପାୟ ବତାଇଲେ ଡାକ୍ତର - DRY COUGH IN WINTER

ଶୀତ ଦିନେ ଶୁଖିଲା କାଶ ଲାଗି ରହୁଛି କି ? କାହିଁକି ଏହି କାଶ ହୁଏ ଏବଂ କିପରି ଏଥିରୁ ମୁକ୍ତି ପାଇବେ ଜାଣନ୍ତୁ ମେଡିସିନ ବିଶେଷଜ୍ଞ ଡାକ୍ତର ଆଶୁତୋଷ ଜେନାଙ୍କଠାରୁ

ଶୀତ ଦିନେ କାଶ ଭଲ ହେଉନି କି ? ଉପାୟ ବତାଇଲେ ଡାକ୍ତର
ଶୀତ ଦିନେ କାଶ ଭଲ ହେଉନି କି ? ଉପାୟ ବତାଇଲେ ଡାକ୍ତର (ETV Bharat)
author img

By ETV Bharat Health Team

Published : 12 hours ago

ନିମାପଡା: ଶୀତ ଦିନେ ଅଧିକାଂଶ ଲୋକେ ଥଣ୍ଡା, କାଶ, ଜ୍ବରରେ ଆକ୍ରାନ୍ତ ହୋଇଥାନ୍ତି । ଶୀତୁଆ ପବନ ଓ ଥଣ୍ଡା ଜଳବାୟୁ କାରଣରୁ ଏହି ସ୍ବାସ୍ଥ୍ୟ ସମସ୍ୟା ବହୁଳ ଦେଖାଯାଇଥାଏ । ବିଶେଷକରି ଶୀତ ଦିନେ ଅଧିକ କଷ୍ଟ ଦେଇଥାଏ ଶୁଖିଲା କାଶ । ଦୀର୍ଘ ଦିନ ପର୍ଯ୍ୟନ୍ତ କାଶ ଲାଗି ରହେ । ଔଷଧ ସେବନ ଦ୍ବାରା ମଧ୍ୟ ଭଲ ହୋଇନଥାଏ । ତେବେ ଶୀତ ଦିନେ କାହିଁକି ଶୁଖିଲା କାଶ ଅଧିକ ହୋଇଥାଏ, ଏହାର କାରଣ ଓ ନିରାକରଣ ବିଷୟରେ ଅଧିକ ଆଲୋଚନା କରିଛନ୍ତି ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିସିନ ବିଶେଷଜ୍ଞ ଡ଼ାକ୍ତର ଆଶୁତୋଷ ଜେନା ।

ଶୀତ ଦିନେ କାଶ ଭଲ ହେଉନି କି ? ଉପାୟ ବତାଇଲେ ଡାକ୍ତର (ETV Bharat)

ଶୁଖିଲା କାଶ କାରଣ ?

ଡାକ୍ତରଙ୍କ କହିବା ଅନୁଯାୟୀ, ଶୀତ ଦିନେ ଜଳବାୟୁରୁ ଆର୍ଦ୍ରତା କମିଯାଏ ଏବଂ ବାୟୁ ଶୁଷ୍କ ହୋଇଯାଏ । ଆମେ ଶ୍ବାସକ୍ରିୟାରେ ଶୁଖିଲା ବାୟୁ ଗ୍ରହଣ କରିଥାଉ । ଏହାସହିତ ଶୀତ ଦିନେ ଅନେକ ପ୍ରକାର ଫସଲ ଅମଳ ହୁଏ । ଏହି ଫସଲରୁ ପ୍ରଚୁର ଧୂଳିକଣା ଆସିଥାଏ । ସେହିପରି ଗାଡିମୋଟରରୁ ନିର୍ଗତ ଧୂଆଁ, ବାୟୁ ପ୍ରଦୂଷଣ ଓ ଶୁଷ୍କ ପାଗ ଯୋଗୁଁ ବାୟୁରେ ଆର୍ଦ୍ରତା ନଥାଏ । ଆମେ ଏହି ଧୂଳି, ଧୂଆଁ ସହିତ ଶୁଖିଲା ବାୟୁ ଗ୍ରହଣ କରିବା ଯୋଗୁଁ କାଶ ସମସ୍ୟା ହୋଇଥାଏ । ଭାଇରାଲ ସଂକ୍ରମଣ, ଆଲର୍ଜି, ଆଜମା, ଏସିଡ୍ ରିଫ୍ଲକ୍ସ, ଧୂମପାନ, ଧୂଳି ଏବଂ ପ୍ରଦୂଷଣ ଆଦି ବିଭିନ୍ନ କାରଣରୁ ଶୁଖିଲା କାଶ ହୋଇପାରେ । କେତେକ କ୍ଷେତ୍ରରେ ଔଷଧର ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ମଧ୍ୟ ହୋଇଥାଏ ।

କ'ଣ ସାବଧାନତା ଅବଲମ୍ବନ କରିବେ ?

ଡାକ୍ତର ଆଶୁତୋଷ ଜେନା କହିଛନ୍ତି, ଯଦି ଆପଣଙ୍କର ଶୁଖୁଲା କାଶ ଲାଗି ରହିଛି, ତାହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡିସିନ ଖାଆନ୍ତୁ । ବିନା ଡାକ୍ତରୀ ପରାମର୍ଶରେ କୌଣସି ମେଡିସିନ ନ ଖାଇବା ଭଲ । ନଚେତ୍ ଏହି ସମସ୍ୟା ଆହୁରି ବଢିପାରେ । ଏଥିସହ ଧୂଳି ପ୍ରଦୂଷଣ ଠାରୁ ଦୂରେଇ ରୁହନ୍ତୁ । ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ । କୌଣସି ଜଙ୍କଫୁଡ୍ ଖାଆନ୍ତୁ ନାହିଁ ।

ଶୀତ ଦିନେ ଥଣ୍ଡା ପାଗ ଯୋଗୁଁ ସାଧାରଣତଃ ଅଧିକ ଶୋଷ ଲାଗେ ନାହିଁ । ଏଥିପାଇଁ ଲୋକମାନେ ଖୁବ୍ କମ୍ ପାଣି ପିଇଥାନ୍ତି । କିନ୍ତୁ ଏପରି ଆଦୌ କରିବା ଠିକ୍ ନୁହେଁ । ଶରୀରକୁ ହାଇଡ୍ରେଟ ରଖିବା ଜରୁରୀ । ଡାକ୍ତରଙ୍କ କହିବା କଥା, ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ଅଧିକ ପାଣି ପିଅନ୍ତୁ । ପାଣି କମ୍ ପିଇବା ଫଳରେ ଅଧିକ ଶୁଖିଲା କାଶ ହୋଇଥାଏ । ଯଦି କାଶ ତିନି ସପ୍ତାହରୁ ଅଧିକ ସମୟ ଧରି ରହିଥାଏ କିମ୍ବା ଗୁରୁତର ଲକ୍ଷଣ ସହିତ ଥାଏ, ତେବେ ଅବହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଚମକଦାର ଚେହେରା ଚାହୁଁଛନ୍ତି ? କ୍ଷୀରରେ ମିଶାଇ ଲଗାନ୍ତୁ ଏହି ଜିନିଷ - SKINCARE ROUTINE AT HOME

ଏହା ମଧ୍ୟ ପଢନ୍ତୁ: ମାଇଗ୍ରେନ ସମସ୍ୟା ଅଛି କି ? ଏହି ଯୋଗ-ବ୍ୟାୟାମ କଲେ ମିଳେ ଆରାମ - YOGA FOR MIGRAINE

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.