ହାଇଦ୍ରାବାଦ: ବଡ଼ ଦିନରେ ବଡ଼ ଅଘଟଣ । ଅବତରଣ ପୂର୍ବରୁ କ୍ରାସ ହୋଇଗଲା ବିମାନ । କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଅକତାଉ ଏୟାରପୋର୍ଟରେ ଜରୁରୀ ଅବତରଣ ପୂର୍ବରୁ ବିମାନଟି କ୍ରାସ ହୋଇଯାଇଛି । ଅନେକ ମୃତାହତ ନେଇ ଆଶଙ୍କା କରାଯାଉଛି ।
ବିମାନରେ ଥିଲେ 67 ଯାତ୍ରୀ:
କାଜାଖସ୍ତାନର ଅକତାଉ ଏୟାରପୋର୍ଟରେ ବିମାନଟି କ୍ରାସ ହୋଇଛି । କାଜାଖସ୍ତାନ ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ବିମାନରେ 67 ଜଣ ଥିଲେ । 62 ଜଣ ଯାତ୍ରୀ, 5 ଜଣ କ୍ରୁ ମେମ୍ବର । ବିମାନଟି ଅଜରବୈଜାନରୁ ଋଷିଆ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ବର୍ତ୍ତମାନ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ । ଆଶଙ୍କା କରାଯାଉଛି ଅନେକ ମୃତାହତ ହୋଇଥାଇ ପାରନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେଉଁ କାରଣରୁ ବିମାନଟି କ୍ରାସ ହେଲା ତାହାର ମଧ୍ୟ ଯାଞ୍ଚ କରାଯାଉଛି ।
A passenger plane crashed near the city of Aktau in Kazakhstan. Initial reports suggested there were survivors. Emergency services were trying to put out a fire at the crash site, reports Reuters citing Central Asian country's Emergencies Ministry
— ANI (@ANI) December 25, 2024
- ଅଜରବୈଜାନ ଏୟାର ଲାଇନ୍ସର ବିମାନ ଅକତାଉ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରୁଥିଲା
- ଲ୍ୟାଣ୍ଡିଂ ବେଳେ କ୍ରାସ ହୋଇଗଲା ବିମାନ
- ବିମାନଟି ଋଷ ଯାଉଥିଲା
- ବିମାନରେ ଥିଲେ 67 ଜଣ
କ୍ରାସ ବେଳର ଭିଡିଓ ଭାଇରାଲ:
ବିମାନଟି ଜରୁରୀ ଅବତରଣ କରିବା ପୂର୍ବରୁ କ୍ରାସ ହୋଇଯାଇଥିଲା । ବିମାନ କ୍ରାସ ହେବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି କି, ଲ୍ୟାଣ୍ଡିଂ କରିବାକୁ ଯାଉଥିବା ବେଳେ ବିମାନଟି କ୍ରାସ ହୋଇ ନିଆଁ ଲାଗିଯାଉଛି । ତେବେ ଏହି ବିମାନଟି ଅଜରବୈଜାନ ଏୟାର ଲାଇନ୍ସର ବୋଲି କୁହାଯାଉଛି ।
ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ 14 ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
#Azerbaijan Airlines plane coming from #Baku crashes in Aktau, #Kazakhstan pic.twitter.com/bPQer1RnUL
— White Vador ➿ (@AleaJactaEs666) December 25, 2024
ବ୍ରାଜିଲରେ ବିମାନ ଦୁର୍ଘଟଣା:
ସୂଚନା ଥାଉକି, ଗତ 23ରେ ବ୍ରାଜିଲରେ ବିମାନ ଦୁର୍ଘଟଣା ହୋଇଥିଲା । ଦକ୍ଷିଣ ବ୍ରାଜିଲର ଗ୍ରାମାଡୋର ଏକ ବିଲ୍ଡିଂରେ ବିମାନଟି ପିଟି ହୋଇଥିଲା ଫଳରେ 10 ଜଣଙ୍କ ମୃତ୍ୟୁ ହୋଇଥିଲା । ଅନେକ ଆହତ ମଧ୍ୟ ହୋଇଥିଲେ । କେଉଁ କାରଣରୁ ବିମାନଟି ଦୁର୍ଘଟଣା ଘଟିଥିଲା ତାହା ଜଣପଡିନଥିଲା । ଏଥିରେ ମୃତକ ସଭିଏଁ ଗୋଟିଏ ପରିବାରର ଥିଲେ । ଏହି ଘଟଣାକୁ 2 ଦିନ ବିତୁଣୁ ପୁଣି ବିମାନ ଦୁର୍ଘଟଣା ଘଟିଛି ।