ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ କାଠପୋଲ

By

Published : Aug 8, 2022, 9:12 AM IST

thumbnail
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜାରି ରହିଛି ବର୍ଷା । ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ କାଠପୋଲ। ଗୁଞ୍ଜିବାଡି ପଞ୍ଚାୟତର ଲକେବାଡି ଠାରୁ ବିରିନ୍ଦାପଡାକୁ ଯିବାପାଇଁ କାଲିପେନୁ ଚିରସ୍ରୋତା ନାଳ ଉପରେ ଥିବା କାଠ ପୋଲ ବର୍ଷା ଜଳରେ ଭାସିଯାଇଛି । ଗତକାଲି ଠାରୁ ଦୁଇଦିନର ଲଗାଣ ବର୍ଷାରେ କାଲିପେନୁ ନାଳରେ ବନ୍ୟା ଆସି ଅସ୍ଥାୟୀ କାଠ ପୋଲଟିକୁ ଧୋଇ ନେଇଛି । ଫଳରେ ଯାତାୟତ ନେଇ ଚିନ୍ତାରେ ଗ୍ରାମବାସୀ । ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ ନେଇ ବାରମ୍ଭାର ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ରାଇକିଆ ବ୍ଲକକୁ ସଂଯୋଗ ପାଇଁ ରାସ୍ତା ନିର୍ମାଣକରି ଅଣଦେଖା କରିଥିଲା । ଫଳରେ ଗତବର୍ଷ ଗାଁରେ ରହୁଥିବା ସମସ୍ତ ପରିବାର ଓ ଏକ ସ୍ବଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗ ସହଯୋଗରେ ଏହି କାଠ ପୋଲ ନିର୍ମାଣ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.