ETV Bharat / state

ମା‘ ବଗଳାମୁଖୀଙ୍କ ସପ୍ତଶତୀ ଚଣ୍ଡୀପାଠ, ଲାଗି ହେବ ୧୦୦୮ ପ୍ରକାର ଭୋଗ - MAA BAGALAMUKHI JANMOTSAV

ଜନ୍ମୋତ୍ସବରେ ମା'ଙ୍କ ପାଖରେ ସପ୍ତଶତୀ ଚଣ୍ଡୀପାଠ ଓ ୧୦ ହଜାର ଆହୁତି । ଶେଷ ଦିନରେ ଲାଗିହେବ ୧୦୦୮ ପ୍ରକାର ଭୋଗ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Jan 25, 2025, 9:07 PM IST

ବାଲେଶ୍ବର: ମହାଡାମ୍ବରରେ ପାଳିତ ହେଉଛି ବାଲେଶ୍ୱର ସହର ଉପକଣ୍ଠ କୁରୁଡା ନିକଟସ୍ଥ ଶ୍ରୀଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମା' ବଗଳାମୁଖୀଙ୍କ ଜନ୍ମତ୍ସୋବ ଓ ଦ୍ଵାଦଶ ବାର୍ଷିକ ଉତ୍ସବ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୨୭ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ପ୍ରତିଦିନ ମା'ଙ୍କ ବିଶେଷ ନୀତିକାନ୍ତି ସହ ଯଜ୍ଞ ଅନୁଷ୍ଠିତ ହେବ । ଶେଷ ଦିନରେ ବ୍ରତଧାରୀମାନେ ବ୍ରତ ସମାପନ କରିବା ସହ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ ।

  • ମା'ବଗଳାମୁଖୀଙ୍କ ଜନ୍ମତ୍ସୋବ:

ମା'ଙ୍କ ଜନ୍ମତ୍ସୋବର ପ୍ରଥମ ଦିନରେ ସ୍ଥାନୀୟ ସରସ୍ୱତୀପୁର ଶିବ ମନ୍ଦିର ପୁଷ୍ଟରିଣୀରୁ ଘଟ ଉତ୍ତୋଳନ ଓ କଳସ ଶୋଭାଯାତ୍ରା ସହ ବୈଦିକ ରୀତିରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବରିଷ୍ଠ ପଣ୍ଡିତ ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳା ଦର୍ଶନ, ଅଗ୍ନିସ୍ଥାପନ, ଶ୍ରୀମନ୍ଦିରରୁ ମା’ଙ୍କ ଯଜ୍ଞ ମଣ୍ଡପକୁ ଆଗମନ, ଅର୍ଚ୍ଚନ, ସହସ୍ରାଦି ବଗଳା ମନ୍ତ୍ରରେ ଯଜ୍ଞାହୁତି ପ୍ରଦାନ କରାଯିବ । ଜନ୍ମୋତ୍ସବ ଅର୍ଥାତ ଆସନ୍ତା ୨୭ ତାରିଖରେ ମା’ଙ୍କୁ ୧୦୦୮ ପ୍ରକାରର ବିଭିନ୍ନ ବ୍ୟଞ୍ଜନ, ମିଷ୍ଟାନ୍ନ, ଫଳମୂଳ ପ୍ରସାଦ ଲାଗି କରାଯିବାର ବନ୍ଦୋବସ୍ତ କରାଯାଇଛି ।

Maa Bagalamukhi Janmotsav (ETV Bharat Odisha)
  • ୩ ଦିନ ଚାଲିବ ଯଜ୍ଞ:

ମା'ଙ୍କ ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ସାନିଧ୍ୟ ଲାଭ କରିଛନ୍ତି । ଏହି ଉତ୍ସବରେ ସମ୍ପର୍କରେ ଅଧିକ ସୂଚନା ଦେଇ ପୀଠର ଆଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର କହିଛନ୍ତି,"ମାଘମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ବିଷ୍ଣୁଙ୍କ ଆରାଧନାରେ ମା' ପ୍ରକଟ ହୋଇଥିଲେ । ଚଳିତ ବର୍ଷ ମା'ଙ୍କ ଏହି ଆବିର୍ଭାବ ତିଥି ଆଜିର ଦିନରେ ପଡ଼ିଛି । ଶ୍ରୀ ଶ୍ରୀ ପିତାମ୍ବରା ମହାଶକ୍ତି ପୀଠର ଦ୍ଵାଦଶ ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଭକ୍ତଙ୍କ ଦ୍ୱାରା ୧୦୮କଳସ ସ୍ଥାପନ କରାଯାଇଛି । କଳସ ଶୋଭାଯାତ୍ରା ମଧ୍ୟ ହୋଇଥିଲା । ୩ ଦିନ ଧରି ବଗଳାମୁଖୀ ଯଜ୍ଞ ହେବ, ଆହୁତି ଯଜ୍ଞ ହେବ, ୧୦ ହଜାର ଆହୁତି ମା'ଙ୍କ ମୂଳମନ୍ତ୍ରରେ ହେବ । ଏହାସହ ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଏ ସମସ୍ତ କାର୍ଯ୍ୟ ୩ ଦିନ ଧରି ଚାଲିବ ।

  • ଲାଗି ହେବ ୧୦୦୮ ପ୍ରକାର ଭୋଗ:

ପୀଠର ଆଚାର୍ଯ୍ୟ ଆହୁରି କହୁଠଛନ୍ତି, "ମା'ଙ୍କ ଉତ୍ସବର ଆଜି ପ୍ରଥମ ଦିବସରେ ରୁଦ୍ରଙ୍କ ଅଭିଷେକ ହେଲେ ଏବଂ ମା'ଙ୍କ ବେଶ ହୋଇଛି । ଚଳନ୍ତି ବିଗ୍ରହ ଯଜ୍ଞ ମଣ୍ଡପକୁ ଆସିଛନ୍ତି । କଳସ ଶୋଭାଯାତ୍ରା ପରେ ଯଜ୍ଞ ମଣ୍ଡପରେ ଗୋପୂଜା, ଗୁରୁପୂଜା, ସୂର୍ଯ୍ୟପୂଜା ସମାପ୍ତ ହେବା ପରେ ମା' ଯଜ୍ଞ ମଣ୍ଡପକୁ ଆସିଛନ୍ତି । ପରେ ଏଠାରେ ସପ୍ତଶଦୀ ଚଣ୍ଡୀପାଠ ଆରମ୍ଭ ହୋଇଛି । ଆସନ୍ତା ୨୭ ତାରିଖ ସୋମବାର ଦିନ ମା'ଙ୍କ ପୂର୍ଣ୍ଣାହୁତି ହେବେ ଏବଂ ସେହିଦିନ ଭକ୍ତମାନଙ୍କ ଦ୍ୱାରା ମା'ଙ୍କ ପାଖରେ ୧୦୦୮ ପ୍ରକାର ଭୋଗ ଲାଗିବ । ମା' ପିତାମ୍ବରା ବଗଳାମୁଖୀ ଅଷ୍ଟମ ମହାବିଦ୍ୟା । ଏ ୩ ଦିନ ଭିତରେ ପ୍ରତ୍ୟକ ଦିନ ମା'ଙ୍କ ଉପଚାର ପୂଜା, ମା'ଙ୍କ ଚଣ୍ଡୀପାଠ ହେବ । ମୂଳମନ୍ତ୍ର ଓ ୩୬ ବୀଯମନ୍ତ୍ରରେ ୧୦ ହଜାର ଆହୁତି ହେବେ।"

Maa Bagalamukhi Janmotsav

ଏହା ମଧ୍ୟ ପଢ଼ନ୍ତୁ...ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ

ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷରେ ମା’ ବୁଢୀ ଠାକୁରାଣୀ ପୀଠରେ ପ୍ରବଳ ଭିଡ

ମନସ୍କାମନା ପୂରଣ କରନ୍ତି ମା':

ମା' ବଗଳାମୁଖୀ ପୀଠର ଅନେକ ମହିମା ଥିବା ବେଳେ ମା'ଙ୍କ ଆଶୀର୍ବାଦ ଲାଭ କରି ଅନେକ କାର୍ଯ୍ୟରେ ସିଦ୍ଧି ଲାଭ କରିଥିବା ଭକ୍ତମାନେ ଏଠାରେ ୩ ଦିନ ଧରି ବ୍ରତ ରଖନ୍ତି । ମା'ଙ୍କ ଉପରେ ଆସ୍ଥା ରଖି ଏହି ପୀଠକୁ ଭକ୍ତମାନଙ୍କ ସୁଅ ଛୁଟେ । ସେହିପରି ଜଣେ ଭକ୍ତ ଯିଏ ଖଇରା ଅଞ୍ଚଳରୁ ମା'ଙ୍କ ପାଖକୁ ଆସି ବ୍ରତ ରଖିବା ସହ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଭକ୍ତ ଅଭିପ୍ସା ଶତପଥୀ ନିଜର ଅନୁଭୂତି ସମ୍ପର୍କରେ କହିଛନ୍ତି,"ମା'ଙ୍କ କୃପାରୁ ମୁଁ ପ୍ରତିବର୍ଷ ଆସି କଳସ ଯାତ୍ରାରେ ସାମିଲ ହୁଏ । କଳସ ବୁଡ଼େଇ ଆଣି ସ୍ଥାପନ କରିବା ପରେ ୩ ଦିନ ମା'ଙ୍କ ପୂଜାରେ ସାମିଲ ହୁଏ । ମା'ଙ୍କ ମାହାତ୍ମ୍ୟ ବହୁତ । ଯେତେ ଅସୁବିଧା ବାଧାବିଘ୍ନ ଆସୁ ପଛେ ଠିକ ସମୟକୁ ମା' ବାଟ କାଟିକି ତାଙ୍କ ପାଖକୁ ଟାଣି ଆଣନ୍ତି । ମା'ଙ୍କର ୨ଟି ଚତୁର୍ଦ୍ଧଶୀ ସହିତ ମଙ୍ଗଳବାର ଓ ଶନିବାର ପାଳନ କରାଯାଏ । ଶେଷ ଦିନ ୧୦୦୮ ଭୋଗ ସହିତ ମହା ଆଳତୀ, ମହାଯଜ୍ଞ, ପୂର୍ଣ୍ଣାହୁତି ହୁଏ । ପରେ ପୁଷ୍ପାଞ୍ଜଳି ଦେବାପରେ ଏହି ବ୍ରତ ସମ୍ପନ୍ନ ହୁଏ ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.