ETV Bharat / state

ପଦ୍ମ ବିଜେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ - CM INTERACTS WITH PADMA AWARDEES

ସୌଜନ୍ୟମୂଳକ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ନେଲେ ଆଶୀର୍ବାଦ । ରାଜ୍ୟର କଳା, ସଂସ୍କୃତି ଏବଂ ପରମ୍ପରାର ସଂରକ୍ଷଣ ପାଇଁ ଲୋଡିଲେ ପରାମର୍ଶ ।

ପଦ୍ମ ପୁରସ୍କାର ବିଜେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ
ପଦ୍ମ ପୁରସ୍କାର ବିଜେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ (ETV Bharat Odisha)
author img

By ETV Bharat Odisha Team

Published : Jan 25, 2025, 9:25 PM IST

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଓଡିଆ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗାନ୍ଧୀ ମାର୍ଗରେ ଥିବା ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେବା ସହ ରାଜ୍ୟର କଳା, ସଂସ୍କୃତି ଏବଂ ପରମ୍ପରାକୁ ଆଗକୁ ବଢ଼େଇବାକୁ ସେମାନଙ୍କ ପରାମର୍ଶ ଲୋଡିଛନ୍ତି ।

  • ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏହି ପଦ୍ମ ବିଜେତାମାନେ

ଆଜି ବିଳମ୍ବିତ ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ଥିବା ସରକାରୀ ବାସଭବନରେ ପଦ୍ମ ପୁରସ୍କାର ପ୍ରାପ୍ତ ଡ.ଜିତେନ୍ଦ୍ର ହରିପାଲ, ଚତୁର୍ଭୁଜ ମେହେର, ପ୍ରମୋଦ ଭାଗବତ, ଦମୟନ୍ତି ବେଶ୍ରା, ସୁଦର୍ଶନ ସାହୁ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ହୋଇଛି । ଦୀର୍ଘ ସମୟ ଧରି ପଦ୍ମ ବିଜେତାଙ୍କ ସହ ସେ ଆଲୋଚନା କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତି ଏବଂ ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ବାବଦରେ ହୋଇଛି ଏଥିରେ ବିଷଦ ଆଲୋଚନାଲ ହୋଇଛି ।

ପଦ୍ମ ପୁରସ୍କାର ବିଜେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ
ପଦ୍ମ ପୁରସ୍କାର ବିଜେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ (ETV Bharat Odisha)
  • ସମୃଦ୍ଧ ସାଂସ୍କୃତିକ ଐତିହକୁ ସଂରକ୍ଷଣ ନେଇ ହେଲା ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପଦ୍ମ ବିଜେତାଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଛି । ଏହା ମୋ ପାଇଁ ଗର୍ବର ବିଷୟ । ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ବାବଦରେ ଆଲୋଚନା କରିଛୁ । ଏକ କ୍ଷେତ୍ରରେ ସେମାନେ ମୋତେ ଅନେକ ଉପାଦେୟ ପରାମର୍ଶ ମାନ ଦେଇଛନ୍ତି । ମୁଁ ଏହାକୁ ସାଦରେ ଗ୍ରହଣ କରିଛି । ଏହା ମୋ ପାଇଁ ବହୁ ମୂଲ୍ୟବାନ । ଏହି ପରାମର୍ଶକୁ ଆମର ଗୌରବମୟ ପରମ୍ପରା ଏବଂ ସଂସ୍କୃତିର ଅଗ୍ରଗତି ପାଇଁ ବିନିଯୋଗ କରିବି ଦିଗରେ ପ୍ରତିଶ୍ରୁତିବଦ୍ଧ । ଆମର ସାଂସ୍କୃତିକ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଓ ସେମାନଙ୍କ ସହ ସମ୍ପର୍କ ମଜବୁତ କରିବା ଆମ ସରକାରର ପ୍ରାଥମିକତା ।

ଏହା ମଧ୍ୟ ପଢନ୍ତୁ :-

‘ଏକକ ନିର୍ବାଚନ ସୁଶାସନର ପରିଭାଷା ହେବ’: ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ସେବା ପାଇଁ ସମ୍ମାନ: ଓଡ଼ିଶାରୁ ୫ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର, ରାଜ୍ୟରୁ ମୋଟ ୨୯

  • ପଦ୍ମ ବିଜେତାଙ୍କ ଭତ୍ତା 30 ହଜାରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର

ଚଳିତ ମାସରୁ ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା ସମ୍ମାନ ସୂଚକ ସହାୟକ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରତ୍ୟେକ ମାସ ସମ୍ମାନସୂଚକ ସହାୟକ ରାଶି ପାଇବେ । ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ସମ୍ମାନସୂଚକ ସହାୟତା ରାଶି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ ଓ ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.