2 ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ, ଭାଇରାଲ ହେଉଛି ଭିଡିଓ - ଗଞ୍ଜାମରେ ଗୋଷ୍ଠୀ ସଙ୍ଘର୍ଷ
🎬 Watch Now: Feature Video
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଣନଇ ଖରିଡା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ l ଉଭୟ ଗୋଷ୍ଠୀର ଠେଙ୍ଗା ବାଡି ମାଡରେ ଏକାଧିକ ବ୍ୟକ୍ତି ସାମାନ୍ୟ ଆହତ ହୋଇ ଥିବାବେଳେ ଜଣେ ମହିଳାଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ତେବେ ରାଜନୈତିକ ହିଂସା କାରଣରୁ ଆକ୍ରମଣ ହୋଇଥିବା ଆହତ ମହିଳା ଅଭିଯୋଗ କରିଛନ୍ତି । ସେପଟେ କବିସୂର୍ଯ୍ୟନଗର ଥାନାରେ ଦୁଇ ଗୋଷ୍ଠୀ ପକ୍ଷରୁ ଏତଲା ଦିଆଯାଇଛି । ତେବେ ସେହି ଗୋଷ୍ଠୀ ସଂଘର୍ଷ ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ