Shocking Video: କ୍ୟାମେରାରେ କଏଦ ହେଲା ଗ୍ୟାସ ବିସ୍ଫୋରଣର ଭୟଙ୍କର ଦୃଶ୍ୟ - ରେସ୍ତୋରାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

🎬 Watch Now: Feature Video

thumbnail

By

Published : Jun 6, 2022, 9:42 AM IST

ଥିରୁଅନନ୍ତପୁରମ: କେରଳର ଥାନାମିଥିଟ୍ଟା ଜିଲ୍ଲା ପଣ୍ଡାଲମର ଏକ ରେସ୍ତୋରାଁରେ ଗ୍ୟାସ୍ତ ସିଲିଣ୍ଡର ବିସ୍ଫୋରଣ ଘଟିଛି । ରେସ୍ତୋରାଁର ରୋଷେଇ ଶାଳରେ ଗ୍ୟାସ ଲିକ୍‌ ହେବା ପରେ ରବିବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଏହି ବିସ୍ଫୋରଣ ଘଟିଛି । ଏହି ଅଘଟଣରେ ୩ ଜଣ ରେସ୍ତୋରାଁ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଉଛନ୍ତି ସଲମାନ(୨୭), ସିରଜଉଦ୍ଦିନ(୩୦) ଓ କାନନ(୩୧) । ସେମାନଙ୍କୁ ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ଘଟିବା ବେଳେ ରେସ୍ତୋରାଁରେ ଥିବା ଗ୍ରାହକ ଭୟରେ ବାହାରକୁ ଚାଲି ଆସିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ରୋଷେଇ ଶାଳରୁ ୬ଟି ଗ୍ୟାସ ସିଲିଣ୍ଡରୁ ବାହାର କରିଛି । ଏଥିରେ ହୋଟେଲ କର୍ତ୍ତୃପକ୍ଷଙ୍କ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.