ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୂ ଗଜାନନ

By

Published : Aug 31, 2022, 6:14 PM IST

thumbnail
ଅନୁଗୋଳ : ଆଜି ହେଉଛି ଗଣପର୍ବ ଗଣେଶ ପୂଜା । ଚଳିତ ବର୍ଷ ତାଳଚେରରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା । ୧୦୦ରୁ ଊର୍ଦ୍ଧ୍ଵ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୂ ଗଜାନନ । ଏଥିସହିତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ପୂଜାର୍ଚ୍ଚନା ଧୁମଧାମରେ ଶେଷ ହୋଇଛି । ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ମଣ୍ଡପରେ ଦର୍ଶନ ଦେବେ ପ୍ରଭୂ ବିଘ୍ନବିନାଶକ । ୧୦ ତାରିଖରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଦୀର୍ଘ ଦୁଇ ବର୍ଷ ଧରି କୋରୋନା କଟକଣା ଯୋଗୁଁ ପୂଜା ବନ୍ଦ ରହିଥିଲା । ଚଳିତ ବର୍ଷ ପୂଜା ହେବାକୁ ନେଇ ସମ୍ପୂର୍ଣ୍ଣ ତାଳଚେର ସହର ଉତ୍ସବ ମୁଖର ହୋଇଉଠିଛି । ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.