ଫିଲ୍ମ ଷ୍ଟାଇଲରେ ଅପରାଧିଙ୍କୁ କାବୁ କଲା ପୋଲିସ, ଭିଡିଓ ଭାଇରାଲ - ଫିଲ୍ମ ଷ୍ଟାଇଲରେ ଅପରାଧିଙ୍କୁ କାବୁକଲା ପୋଲିସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15685001-thumbnail-3x2-dnf.jpg)
ଗାନ୍ଧୀନଗର: ବଲିଉଡ ଫିଲ୍ମ ଷ୍ଟାଇଲରେ ପେଶାଦାର ଅପରାଧିଙ୍କୁ ଗିରଫ କଲା ପୋଲିସ । ଏଭଳି ଏକ ଘଟଣା ସାମ୍ନାକୁ ଆସିିଛି ଗୁଜୁରାଟର ସୁରଟରୁ । ସୁରଟ କ୍ରାଇମ ଶାଖାର ପ୍ରାୟ 10 ରୁ 15 ଜଣ ପୋଲିସ ଚିଖଲିଗର ଗ୍ୟାଙ୍ଗର ସଦସ୍ୟକୁ ବଲିଉଡ ଷ୍ଟାଇଲରେ ଗୋଡାଇ ଗୋଡାଇ କାବୁ କରିଛନ୍ତି । ଏହି ଗ୍ୟାଙ୍ଗକୁ ଗିରଫ କରିବା ପାଇଁ ପୋଲିସ ସର୍ବଦା ଅସଫଳ ହେଉଥିଲେ ସୁଦ୍ଧା ଗତକାଲି ବଲିଉଡ ଫିଲ୍ମ ଷ୍ଟାଇଲରେ ଗାଡିକୁ ଅଟକାଇ କାଚଭାଙ୍ଗି ଅପରାଧୀଙ୍କୁ ଗିରଫ କରିଛି । ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।