ଜଗନ୍ନାଥ ଭଜନ ନଗାଇବା ବିବାଦ: ସ୍ଵତନ୍ତ୍ର ସାକ୍ଷାତକାରରେ କଣ କହିଲେ ହ୍ୟୁମାନ ସାଗର ?

By

Published : Jun 1, 2022, 4:51 PM IST

thumbnail
ଫୁଲବାଣୀ: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର । କନ୍ଧମାଳରେ ଶ୍ରୋତାଙ୍କୁ ଆଣ୍ଠୁମାଡି ମାଟିଛୁଇଁ ମୁଣ୍ଡିଆ ମାରିଲେ । କିଛିଦିନ ପୂର୍ବରୁ ଜଗନ୍ନାଥ ଭଜନ ଗାଉନଥିବା ନେଇ ହୋଇଥିଲା ବହୁ ବାଦ ବିବାଦ । ହେଲେ ସେ ବାଦ ବିବାଦରୁ ପରଦା ହଟେଇ ଇଟିଭି ଭାରତକୁ ଦେଇଛନ୍ତି ସ୍ବତନ୍ତ୍ର ସାକ୍ଷାତକାର । ସାକ୍ଷାତକାରରେ ହ୍ୟୁମାନ କହିଛନ୍ତି, ମୋର ଏକ ସାଗର ସଂଗମ ମ୍ୟୁଜିକାଲ ଟ୍ରୁପ୍ ରହିଛି । ସେଥିରେ ଆରମ୍ଭରୁ ସବୁ ଧର୍ମ ତଥା ହିନ୍ଦୁ, ଖ୍ରୀଷ୍ଟିୟାନ, ମୁସଲମାନଙ୍କୁ ନେଇ ଏକ ସଙ୍ଗୀତ ପ୍ରସ୍ତୁତ ହୋଇଛି । ଆମେ ଭାରତୀୟ ଏବଂ ହିନ୍ଦୁସ୍ତାନୀ ବୋଲି କହିଛନ୍ତି ହ୍ୟୁମାନ । ଏମିତି ଅନେକ ଗୁଡିଏ ମନକଥା ଖୋଲି କହିଛନ୍ତି ହ୍ୟୁମାନ, ଶୁଣନ୍ତୁ ଫ୍ୟାନ୍ସ ଏବଂ ଓଡିଶାବାସୀଙ୍କୁ କଣ କହୁଛନ୍ତି ହ୍ୟୁମାନ । ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.