ମୁମ୍ବାଇ: ମହାରାଷ୍ଟ୍ରରୁ ଏମିତି ଏକ ଘଟଣା ସାମନାକୁ ଆସିଛି ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମୁମ୍ବାଇ-ନାନ୍ଦେଡ ତପୋବନ ଏକ୍ସପ୍ରେସ ଶନିବାର ମନମାଡ ଜନକ୍ସନ ନିକଟରେ 700 ମିଟର ପଛକୁ ଗଡିଥିଲା ତପୋବନ ଏକ୍ସପ୍ରେସ । ଟ୍ରେନ ବୀପରିତ ଦିଗରେ ଚାଲିବା ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ବୀପରିତ ଦିଗରେ ଗଡ଼ିଲା ଟ୍ରେନ:
ଜଣେ ଯାତ୍ରୀ ଆହତ ହୋଇଥିବାରୁ ତାଙ୍କୁ ବଞ୍ଚାଇବା ପାଇଁ ଟ୍ରେନଟି ଏପରି ପଛକୁ ଗଡିଥିଲା । ଯଦିଓ ପରବର୍ତ୍ତୀ ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଯାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ରେଳବାଇ ଅଧିକାରୀଙ୍କ ପ୍ରତିକ୍ରିୟା:
ମଣ୍ଡଳ ରେଳ ପ୍ରବନ୍ଧକ ଇତି ପାଣ୍ଡେ କହିଛନ୍ତି, "ଟ୍ରେନର ଲୋକୋ ପାଇଲଟ କଣ୍ଟ୍ରୋଲରରୁ ଅନୁମତି ଆଣିଥିଲେ । ଆହତ ଯାତ୍ରୀଙ୍କୁ ଟ୍ରେନ ଭିତରକୁ ଆଣିବାକୁ 700 ମିଟର ପଛକୁ ଅଣାଯାଇଥିଲା । ଶନିବାର ପୂର୍ବାହ୍ନ 11ଟା ସମୟରେ ଏହି ଘଟଣା ଘଟିଥିଲା । ଯେତେବେଳେ କେହି ଜଣେ ଯାତ୍ରୀ ଏଜରଜେନ୍ସି ଚେନ୍ ଟାଣିଥିଲେ । ଏହାପରେ ଟ୍ରେନଟି ଅଟକି ଯାଇଥିଲା ।" ମନମାଡ ଷ୍ଟେସନର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଟ୍ରେନର ଗାର୍ଡ ଏସ ଏସ କଦମ ଜାଣିବାକୁ ପାଇଥିଲେ ଯେ ତୃତୀୟ କୋଚରୁ ଜଣେ ବ୍ୟକ୍ତି ଖସି ପଡିଛନ୍ତି। ତେଣୁ ସେ ଲୋକୋପାଇଲଟ ଏମଏସ ଆଲମଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଏହାପରେ ଲୋକୋ ପାଇଲଟ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରି ଅନୁମତି ଲୋଡିଥିଲେ।"
ଏହା ବି ପଢନ୍ତୁ...ଭାରତୀୟ ରେଳବାଇ ସୁରକ୍ଷା ପଦକ୍ଷେପ, ୧୦ ବର୍ଷରେ କମିଛି ଟ୍ରେନ ଦୁର୍ଘଟଣା
ପଛରେ ଆସୁଥିବା ମାଲଗାଡି ରୋକିଲେ:
ଏହାସହ ତପୋବନ ଏକ୍ସପ୍ରେସର ପଛରେ ଆସୁଥିବା ଏକ ମାଲଗାଡିକୁ ଅଟକାଯାଇଥିଲା । ଏହାପରେ ସେମାନେ ଟ୍ରେନରୁ ଖସି ପଡିଥିବା ଯାତ୍ରୀଙ୍କୁ ଖୋଜାଖୋଜି କରିଥିଲେ । ମନମାଡ ରେଳ ଅଧିକାରୀମାନେ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ । ଆମ୍ବୁଲାନ୍ସ ସାହାଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ଅଣାଯାଇଥିଲା । ଅନ୍ୟପଟେ ନାନ୍ଦେଡ ଅଭିମୁଖେ ଯାତ୍ରା କରିଥିଲା ଟ୍ରେନ । ହେଲେ ଦୁଃଖର ବିଷୟ ଚିକିତ୍ସାଧୀନ ଅବସ୍ଥାରେ ଯାତ୍ରୀଜଣଙ୍କର ମୃତ୍ୟୁ ମୁଖରୁ ବର୍ତ୍ତିପାରିନଥିଲେ । କିନ୍ତୁ ରେଳବାଇ ଅଧିକାରୀ ଯାତ୍ରୀଙ୍କୁ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ...ଏହା ବି ପଢନ୍ତୁ...ଏମିତି ଏକ ରାଜ୍ୟ, ଯେଉଁଠି ନାହିଁ ଗୋଟିଏ ବି ରେଳ ଷ୍ଟେସନ...