ନୟଗଡରେ ଧୁମଧାମରେ ଇଦ୍ ପାଳନ
🎬 Watch Now: Feature Video
ନୟଗଡ: ଇଦ୍ ମୁବାରକ ପାଇଁ ଉତ୍ସବ ମୁଖର ନୟାଗଡର ସିନ୍ଦୁରିଆ । ଏହି ଉପଲକ୍ଷେ ନୟାଗଡ ସିନ୍ଦୁରିଆ ସମେତ ମସଜିଦ୍ ଚଳଚଞ୍ଚଳ ଦେଖିବାକୁ ମିଳିଥିଲା । ସିନ୍ଦୁରିଆ ମସଜିଦକୁ ସୁନ୍ଦର ଆଲୋକମାଳାରେ ସଜା ଯାଇଛି । ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦ୍ରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି । ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିଛି । ଆଜିର ଦିନକୁ ଇସଲାମ୍ ଧର୍ମରେ ବଳିଦାନର ଦିନ ବୋଲି କୁହାଯାଏ । ଏହାକୁ ମଧ୍ୟ ବକ୍ରି ଇଦ ବୋଲି କୁହାଯାଇଥାଏ । ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ