ବିଜୟା ଦଶମୀରେ କାହିଁକି ସିନ୍ଦୁର ଖେଳ କରାଯାଏ ? ଜାଣନ୍ତୁ - ସିନ୍ଦୁର ଖେଳ
🎬 Watch Now: Feature Video
କଟକ: ଆଜି ମହମାୟାଙ୍କ ବିଜୟା ଦଶମୀ । ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ । ଅସତ୍ୟ ଉପରେ ସତ୍ୟର ବିଜୟର ଦିନ । ଶେଷ ଦିନରେ ବି ସହରର ସମସ୍ତ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତ ଭିଡ ଲାଗିଛି । ଆଜି ବିଦାୟ ନେବେ ଦେବୀ ଦୁର୍ଗତିନାଶିନୀ । ଆଜି ମାଙ୍କ ସହିତ ସିନ୍ଦୁର ଖେଳି ମାଙ୍କୁ ବିଦାୟ ଦେବେ ଶ୍ରଦ୍ଧାଳୁ । ମହିଳା ମାନେ ପ୍ରଥମେ ମାଙ୍କୁ ସିନ୍ଦୁର ଲଗାଇବା । ତାପରେ ମହିଳାମାନେ ପରସ୍ପର ମଧ୍ୟରେ ସିନ୍ଦୁର ଲଗାଇ ସିନ୍ଦୁର ଖେଳ ଖେଳି ଥାଆନ୍ତି । ତେବେ କାହିଁକି ସିନ୍ଦୁର ଖେଳ ଖେଳାଯାଏ ? କଣ ରହିଛି ଏହାର ଐତିହ୍ୟ । କଣ ରହିଛି ଏହାର ପରମ୍ପରା ? ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ । ଇଟିଭି ଭାରତ, କଟକ