thumbnail

Exclusive: କାହା ବିରୋଧରେ ପ୍ରଚାର କରିବି ନାହିଁ, ଲୋକଙ୍କ ଆଶୀର୍ବାଦ ଲୋଡିବି: ରାଜେନ୍ଦ୍ର ଦାସ

By

Published : Oct 14, 2022, 8:38 PM IST

ଭଦ୍ରକ: ଛାତ୍ର ଜୀବନରୁ ରାଜନୀତି କରୁଛି । ଲୋକଙ୍କ ସେବା ମୋର ଉଦ୍ଦେଶ୍ୟ । ଲୋକଙ୍କ ପାଇଁ ରହିଛି ରହିବ । ମୁଁ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଶୀକାର ହୋଇଛି । ଧାମନଗରବାସୀଙ୍କ ସହ ମୁଁ ରହିଛି । ଧାମନଗରବାସୀ ମୋ ସହ ରହିଛନ୍ତି । ଆମ ପରିବାର ଏକ ରାଜନୈତିକ ପରିବାର । ଲୋକଙ୍କ ସେବା ହିଁ ମୋର ଉଦ୍ଦେଶ୍ୟ । 2019 ରେ କିଛି କୁଚକ୍ରୀ ଗୋଷ୍ଠୀ ମତେ ହରାଇବା ପାଇଁ ଷଡଯନ୍ତ୍ର କଲେ । ସଫଳ ହେଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପରିବର୍ତ୍ତେ ତାଙ୍କୁ ପୁରସ୍କୃତ କରାଯାଉଛି । ନିର୍ବାଚନ ପ୍ରଚାରରେ କାହାର ବିରୋଧରେ କିଛି ପ୍ରଚାର କରିବି ନାହିଁ । ଲୋକଙ୍କ ଆଶୀର୍ବାଦ ମାଗିବି । ଆଜି ବିଜେଡିରେ ବିଦ୍ରୋହ କରି ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ପରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ଧାମନଗର ଉପନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ (Rajendra Das) । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର। ସାକ୍ଷାତକାର ଦେବାଶିଷ ମହାପାତ୍ର, ପ୍ରତିନିଧି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.