କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ନଟଖଟିଆକୁ ଦର୍ଶନ କରି ଭାବବିହ୍ଵଳ ଭକ୍ତ - କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରି ଭାବବିହ୍ଵଳ ଭକ୍ତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12916743-thumbnail-3x2-balasore.jpg)
ପବିତ୍ର ଜନ୍ମାଷ୍ଟମୀ ପାଇଁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ଼। ଚଳିତ ବର୍ଷ କୋଭିଡ କଟକଣା ପାଇଁ ଭକ୍ତଙ୍କ ମନରେ କିଛିଟା ଦୁଃଖ ରହିଛି । ତଥାପି ଅନେକ ଦିନ ପରେ ଭଗବାନଙ୍କ ଦର୍ଶନ ପାଇ ଭାବବିହ୍ଵଳ ହୋଇ ପଡ଼ିଛନ୍ତି ଭକ୍ତ। ରେମୁଣା କ୍ଷୀରଚୋରା ମନ୍ଦିରରେ ଭକ୍ତମାନେ ସମସ୍ତ କୋଭିଡ ନିୟମ ମାନି ଭଗବାନଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଭୋଗ ଡାଲା ଓ କ୍ଷୀର ଭୋଗ ବନ୍ଦ ରହିଛି। ଭକ୍ତମାନେ ଧାଡିରେ ଆସିବା ସହ ସେମାନଙ୍କୁ ସାନିଟାଇଜ କରିବା ଏବଂ ଏହାସହ ବାଉଁଶରେ ବ୍ୟାରିକେଡ କରାଯାଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ