ଶ୍ରାବଣ ତୃତୀୟ ସୋମବାର, ଧବଳେଶ୍ବର ପୀଠରେ ଜଳଲାଗି କଲେ କାଉଡ଼ିଆ
🎬 Watch Now: Feature Video
କଟକ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଚଳଚଞ୍ଚଳ ସମସ୍ତ ଶୈବପୀଠ । ଜଳଲାଗି ପାଇଁ ଧବଳେଶ୍ବରଙ୍କ ପୀଠରେ ଆଜି କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା । ଧାଡି ଛିଡା ହୋଇ ଭଗବାନଙ୍କ ନିକଟରେ ଜଳଲାଗି କରିଛନ୍ତି ଶହ ଶହ କାଉଡିଆ । ରାତି 2ଟାରୁ ପହଡ ଖୋଲାଯାଇ ମହାଦେବଙ୍କୁ 108କଳସ ଜଳରେ ସ୍ନାନ କରାଯିବା ପରେ ମଙ୍ଗଳ ଆରତୀ କରାଯାଇଥିଲା । ଏହା ପରେ ସର୍ବସାଧାରଣଙ୍କୁ ଦର୍ଶନ ଆରମ୍ଭ ହୋଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ନଦୀଘାଟରୁ ଆରମ୍ଭ କରି ଝୁଲାପୋଲ ପର୍ଯ୍ୟନ୍ତ ସବୁଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ପୂଜକ ସମିତି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।