କୋର୍ଟଙ୍କ ବାରଣ ସତ୍ତ୍ୱେ ପୁଣି ନୂଆ ଭିଡିଓ ଜାରି କଲେ ଅନୁଭବ

By

Published : Jun 7, 2022, 4:27 PM IST

thumbnail
କଟକ: ପୁଣି ଆଉ ଏକ ଭିଡିଓ ଜାରି କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । କୋର୍ଟଙ୍କ ବାରଣ ସତ୍ତ୍ବେ ବି ସେ ଏପରି ଭିଡିଓ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଅନୁଭବ କହିଛନ୍ତି ଯେ, " ମୁଁ ଜଣେ ମଲା ମଣିଷ । ମୋର ଆଉ ମରିବାକୁ ଭୟ ନାହିଁ । ମୋତେ ଯଦି ମୋର ଶେଷ ଇଚ୍ଛା ପଚାରେ ଯାଏ ତେବେ ମୁଁ ବଞ୍ଚିବାକୁ ଚାହେଁ ବୋଲି କହିବି ।" ଏପରି ଆଉ ଅନେକ କିଛି କହିଛନ୍ତି ଅନୁଭବ । ତେବେ ସୂଚନା ଥାଉ କି ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଉଭୟ ପକ୍ଷଙ୍କୁ ସୋସିଆଲ ମିଡିଆ ପୋଷ୍ଟ କିମ୍ବା ଅନ୍ୟାନ୍ୟ ଆଇନ ବହିର୍ଗତ କାର୍ଯ୍ୟରୁ ନିବୃତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.