Video Viral : ସମାଜବାଦୀ ପାର୍ଟି ନେତାଙ୍କ ଦବଙ୍ଗଗିରି, ସିସିଟିଭିରେ କଏଦ - ସମାଜବାଦି ପାର୍ଟି ନେତାଙ୍କ ଦବଙ୍ଗଗିରି ଭିଡିଓ
🎬 Watch Now: Feature Video
ଲକ୍ଷ୍ନୌ: ମନ୍ଦିରରେ ପ୍ରବେଶକୁ ନେଇ ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ସମାଜବାଦି ପାର୍ଟି ନେତା । ଉତ୍ତରପ୍ରଦେଶର ବରାଡାରି ଥାନା ଅଞ୍ଚଳରେ ଥିବା ଶ୍ରୀ ସିରିଡି ସାଇ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ତେବେ ନେତାଙ୍କ ଏ ଦବଙ୍ଗଗିରିର ସମସ୍ତ କାରନାମା ମନ୍ଦିରରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଆରମ୍ଭ ହୋଇଛି । ତେବେ ସମାଜବାଦି ପାର୍ଟି ନେତାଙ୍କ ଏ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ