ଖରାରେ ଶୁଖି ଯାଉଥିଲା ତଣ୍ଟି, କ୍ରୀଡାପ୍ରେମୀଙ୍କୁ ପାଣି ପିଆଇଲେ କଟକ ଡିସିପି

By

Published : Jun 9, 2022, 3:19 PM IST

thumbnail
କଟକ: ବାରବାଟୀ ମ୍ୟାଚ୍ ପାଇଁ ଖୋଲିଛି ଟିକେଟ୍ କାଉଣ୍ଟର । ଟିକେଟ୍ କିଣିବା ପାଇଁ ମୁଣ୍ଡଫଟା ଖରାରେ ଲାଇନ ଲଗାଇଛନ୍ତି ହଜାର ହଜାର କ୍ରୀଡାପ୍ରେମୀ । ମାତ୍ର ପ୍ରବଳ ଗରମ ଓ ଗୁଳୁଗୁଳି ମଧ୍ୟରେ ଦୀର୍ଘ ସମୟ ଧରି ଛିଡା ହେବା ଦ୍ବାରା ଲୋକଙ୍କ ତଣ୍ଟି ଶୁଖିଯାଉଛି । ଯାହା ସେମାନଙ୍କ ଟିକେଟ୍ କିଣିବାର ଉତ୍ସାହରେ ଭଟ୍ଟା ପକାଉଥିବାର ଦେଖିବାକୁ ମିଳୁଛି । ଠିକ୍ ଏହି ସମୟରେ ଖରାରୁ ସାମାନ୍ୟ ଆଶ୍ବସ୍ତ ଦେବା ପାଇଁ କ୍ରୀଡାପ୍ରେମୀଙ୍କୁ ପାଣି ବାଣ୍ଟିଛନ୍ତି କଟକ ଡିସିପି ପିନାକ ମିଶ୍ର । ଡିସିପି ପାଣି ବୋତଲ ଧରି ନିଜ ହାତରେ ଲୋକଙ୍କୁ ପାଣି ପିଆଉଥିବାର ନଜର ଆସିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.