ETV Bharat / sports

ଜାତୀୟ ଖୋ ଖୋ ଟିମ୍‌ର ପ୍ରାୟୋଜକ ହେବ ଓଡି଼ଶା, 3 ବର୍ଷରେ ଖର୍ଚ୍ଚ ହେବ 15 କୋଟି - NATIONAL KHO KHO TEAM

ଆସନ୍ତା 3 ବର୍ଷ ପାଇଁ ଜାତୀୟ ଖୋ ଖୋ ଦଳର ପ୍ରାୟୋଜକ ରହିବ ଓଡ଼ିଶା । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Jan 4, 2025, 7:41 AM IST

Updated : Jan 4, 2025, 7:54 AM IST

ଭୁବନେଶ୍ବର: ଜାତୀୟ ସ୍ତରରେ ଖୋ ଖୋ ଖେଳ ପାଇଁ ଆସିଛି ସୁବର୍ଣ୍ଣ ସମୟ । ଓଡି଼ଶା ସରକାର ଖୋ ଖୋ ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ । ଜାତୀୟ ଟିମକୁ ଆଗାମୀ 3 ବର୍ଷ ପାଇଁ ପ୍ରାୟୋଜକ ରହିବ ଓଡି଼ଶା । ଏହି ସ୍ପନସରସିପର ଅବଧି 2025 ଜାନୁଆରୀରୁ 2027 ଡିସେମ୍ବର ପର୍ଯ୍ୟନ୍ତ ରହିବ । ଏଥିପାଇଁ ବର୍ଷକୁ 5 କୋଟି ଟଙ୍କା ଲେଖାଏଁ ସମୁଦାୟ 15 କୋଟି ଟଙ୍କା ଖର୍ଚ୍ଚ ହେବ । ଓଡିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ । ଏହା ଦ୍ୱାରା ଭାରତୀୟ ଖୋ ଖୋ ଖେଳାଳୀ ପ୍ରୋତ୍ସାହନ ପାଇବେ । ଏହା ସହିତ ଓଡି଼ଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବରୁ ଜାତୀୟ ହକିକୁ ଓଡିଶା ସ୍ପନସରସିପ୍‌ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ ବ୍ୟାଟରଙ୍କ ଫ୍ଲପ ସୋ ଜାରି; ୧୮୫ରେ ଅଲ ଆଉଟ ଟିମ୍ ଇଣ୍ଡିଆ, ସ୍କଟ ବୋଲାଣ୍ଡଙ୍କୁ ୪ ଓ୍ବିକେଟ - IND VS AUS 5TH TEST

ଓଡି଼ଶାର ଯୁବବର୍ଗଙ୍କ ମଧ୍ୟରେ ଖୋ ଖୋ ଏକ ଲୋକପ୍ରିୟ କ୍ରୀଡା । ଏହି ନିଷ୍ପତ୍ତି ଦ୍ୱାରା କ୍ରୀଡାକୁ ଅଧିକ ପ୍ରୋତ୍ସାହନ ଦେବା ସହିତ ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଯାହା ରାଜ୍ୟରେ ପ୍ରତିଭାର ଏକ ମଜବୁତ ସ୍ତର ସୃଷ୍ଟିରେ ସହାୟକ ହେବ । ଖୋ ଖୋ ସହ ରାଜ୍ୟର ଭାଗିଦାରୀ ଦେଶର କ୍ରୀଡ଼ାର ପୁନରୁଦ୍ଧାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଯାହା ଦ୍ୱାରା ରାଜ୍ୟରେ କ୍ରୀଡା ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଯୋଗଦାନ ମିଳିବ ।

ଏହା ମଧ୍ୟ ପଢନ୍ତୁ-ଏହା ମଧ୍ୟ ପଢନ୍ତୁ-ରୋହିତଙ୍କ ନାମରେ ଅଲୋଡା ରେକର୍ଡ, ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ - ROHIT SHARMA EMBARRASSING RECORD

ଭାରତୀୟ ହକି ଦଳର 2036 ଯାଏଁ ପ୍ରାୟୋଜକ ରହିଛି ଓଡି଼ଶା । 2018ରୁ 2033 ଯାଏଁ ଓଡିଶା ଭାରତୀୟ ହକିର ପ୍ରାୟୋଜକ ଥିବାବେଳେ ଏହାକୁ ଆଉ 3 ବର୍ଷ ବୃଦ୍ଧି କରିବାକୁ ମୋହନ ସରକାର ନିଷ୍ପତ୍ତି ନେଇଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ 2036 ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି । ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ପ୍ରାୟୋଜକ ଅବଧି ସମୟକୁ 3 ବର୍ଷ ବୃଦ୍ଧି କରିଛନ୍ତି । ଓଡିଶା ସରକାର 2018 ମସିହାରୁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ସରକାରୀ ପ୍ରାୟୋଜକ ରହିଛନ୍ତି । ଓଏମସି ପକ୍ଷରୁ ହକି ଇଣ୍ଡିଆକୁ ପ୍ରାୟ 500 କୋଟି ଟଙ୍କାର ଟିକସ ରହିତ ଅର୍ଥ ପ୍ରଦାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 4, 2025, 7:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.