ପତ୍ନୀଙ୍କ ସହ ଜଗନ୍ନାଥଙ୍କ ଦର୍ଶନ କଲେ ପ୍ରଧାନ ବିଚାରପତି
🎬 Watch Now: Feature Video
ପୁରୀ: ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ ପୁରୀ ଆସି ଶ୍ରୀଜୀଉଙ୍କ ଆର୍ଶୀବାଦ ଲାଭ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ପୁରୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇ ଥିଲା । ଖଣ୍ଡୁଆ ପାଟ ଦେଇ ସେବାୟତ ସ୍ୱାଗତ କରିଥଲେ । ପ୍ରଧାନ ବିଚାରପତି ଲଳିତ ତାଙ୍କ ପତ୍ନୀ ଅମିତା ଉଦୟ ଲଳିତଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ଆଶିଷ ନେଇଛନ୍ତି । ତାଙ୍କ ସହ ଆଡଭୋକେଟ ଜେନେରାଲ ଓ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ବେଢାରେ ଥିବା ଅନ୍ୟ ଦେବଦେବୀଙ୍କ ମନ୍ଦିରକୁ ଯାଇ ଦର୍ଶନ ସାରି ଫେରିଥିଲେ । ଇଟିଭି ଭାରତ, ପୁରୀ