ବାଲେଶ୍ବର ସଦର ଉପନିର୍ବାଚନ ମାହୋଲ, ସଚେତନ ନାଗରିକ ମୁହଁରୁ ଶୁଣନ୍ତୁ ହାଲଚାଲ

By

Published : Oct 27, 2020, 9:59 PM IST

thumbnail
ବାଲେଶ୍ଵର: ସଦର ଉପନିର୍ବାଚନର ତାତି ବଢ଼ିବାରେ ଲାଗିଛି । ତିନି ପ୍ରମୁଖ ଦଳ ନିଜନିଜ ପ୍ରଚାର ଓ ମୁଦ୍ଦା ନେଇ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯାଉଛନ୍ତି। ଲୋକଙ୍କ ଉପରେ ଅଜାଡି ଦେଉଛନ୍ତି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ଏହାରି ଭିତରେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ପାଇଁ ଯାତ୍ରା ଜଗତ ପ୍ରଚାର କରିଛନ୍ତି । ବେଣୁଧରଙ୍କ ଲୋକପ୍ରିୟତା କେଉଁ ଦଳ ଉପରେ ପ୍ରଭାବ ପକାଇବ ତାହା ସମୟ କହିବ । ନେତାମାନେ ପ୍ରଚାର କରୁଥିବା ବେଳେ ମାନୁନାହାନ୍ତି କୋଭିଡ ନିୟମ । କିଏ ବିକାଶର କଥା କହୁଛି ତ ପୁଣି କିଏ କାନି ପତେଇ ଭୋଟ ମାଗୁଛି ପୁଣି କେଉଁ ଦଳ ମହିଳା କାର୍ଡ ଖେଳୁଥିବା ଦେଖିବାକୁ ମିଳୁଛି। ଏ ସମସ୍ତ ପ୍ରଚାର ପ୍ରସାର ଭିତରେ ବାଲେଶ୍ଵରରେ ବାସ୍ତବରେ କଣ ହୋଇଛି ବିକାଶ ସେ ନେଇ ଆମ ସମ୍ବାଦଦାତା ଆଲୋଚନା କରିଛନ୍ତି ଜୀବନଜ୍ୟୋତି ନାୟକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.