ରଥଖଳା ହାଲଚାଲ: ୩ ରଥର ୪୨ଟି ଚକରୁ ୪୧ଟି ସମ୍ପୂର୍ଣ୍ଣ ପ୍ରସ୍ତୁତ

By

Published : Jun 3, 2022, 4:03 PM IST

thumbnail

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନିରଥର ମୋଟ ୪୨ଟି ଚକରୁ ୪୧ଟି ଚକ ନିର୍ମାଣ କାର୍ଯ୍ୟ ସରିଛି । ନନ୍ଦିଘୋଷ ରଥର ୫ଟି, ତାଳଧ୍ଵଜ ରଥର ୪ଟି ଏବଂ ଦେବଦଳନ ରଥର ୫ଟି ଦଣ୍ଡା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେବଦଳନ ରଥର ତୃତୀୟ ଭୂଇଁ ଖମ୍ବୀ ଦୁଇମୁହଁ ସାଲ କାର୍ଯ୍ୟ ଶେଷ ହୋଇଛି । ସେହିପରି ତାଳଧ୍ଵଜ ରଥର ତୃତୀୟ ଭୂଇଁ ଖମ୍ବୀର ଦୁଇମୁହଁ ସାଲ କାମ ଜାରି ରହିଥିବାବେଳେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ସରିଛି । ତାଳଧ୍ଵଜ ରଥର ସମସ୍ତ ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ଵଜ ରଥର ପଞ୍ଚମ ଦଣ୍ଡା ଚଉପଟ ଚାଲିଛି । ସେହିପରି ୨ଟି ଗରଗରା ଚଉପଟ କାର୍ଯ୍ୟ ଜାରି ରହିଛି । ଦେବଦଳନ ରଥର ପାଞ୍ଚଦଣ୍ଡା ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତୃତୀୟ ଭୂଇଁ ଖମ୍ବୀର ଦୁଇ ମୁହଁ ସାଲ କାର୍ଯ୍ୟ ସରି ୨ଟି ଗରଗରାର ଚଉପଟ କାର୍ଯ୍ୟ ଜାରିରହିଛି । ନନ୍ଦିଘୋଷ ରଥର ଶେଷ ଚକ ତିଆରି ସରିଛି । ପଞ୍ଚଦଣ୍ଡା ନିର୍ମାଣ ଆରମ୍ଭ ହୋଇ ଥିବାବେଳେ ଚଉପଟ ସରିଛି ।ତୃତୀୟ ଭୂଇଁ ଖମ୍ବୀ ୪ଟିର ଦୁଇମୁହଁ ସାଲ କାର୍ଯ୍ୟ ଶେଷ ହୋଇଛି । ୨ଟି ଗରଗରାର ଚଉପଟ କାର୍ଯ୍ୟ ଜାରିରହିଛି । ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ସରିଛି । ତିନିରଥର ତୀଖଗୁଜଗୁଡ଼ିକରେ ରୂପକାର ସେବକମାନେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଗରଗରା କଣ୍ଟା, ଗୟଳ କଣ୍ଟା ଏବଂ ଛନ୍ଦା ଗୟଳ କଣ୍ଟା ନିର୍ମାଣରେ ଲାଗିଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.