ବେଆଇନ କରତକଳରେ ଭିଜିଲାନ୍ସ ରେଡ୍, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ - RAID IN ILLEGAL SAW MILL
🎬 Watch Now: Feature Video
Published : Nov 26, 2024, 1:45 PM IST
ନିମାପଡ଼ା: ବେଆଇନ କରତକଳ ଉପରେ ଭିଜିଲାନ୍ସ ଓ ବନ ବିଭାଗର ମିଳିତ ଚଢାଉ । ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବନାଞ୍ଚଳ ଅଧିନସ୍ଥ କୁହୁଡି ଛକ ନିକଟରେ ଥିବା ୩ଟି ବେଆଇନ କରତକଳ ଉପରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଓ ବନ ବିଭାଗ । ଗ୍ୟାସ କଟର ମାଧ୍ୟ୍ୟମରେ ବ୍ୟବହୃତ ସାମଗ୍ରୀ କଟାଯାଇଛି । ବହୁ ମୂଲ୍ୟବାନ କାଠ ଗଣ୍ଡି, ପଟା ଏବଂ ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଆଗାମୀ ଦିନରେ କୋଣାର୍କ, ଚାରିଛକ, ତୁଳସୀପୁର ଏବଂ ଗୋପରେ ଥିବା ବେଆଇନ କରତକଳ ଉପରେ ଚଢାଉ ହେବ ବୋଲି ସୂଚନା ମିଳିଛି । ଏହି ଅଞ୍ଚଳରେ ଦିନକୁ ଦିନ ବେଆଇନ କରତକଳ ସଂଖ୍ୟା ବଢିବାରେ ଲାଗିଛି, ଯାହା ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆଜି କାର୍ଯ୍ୟାନୁଷ୍ଠାନରେ ଭିଜିଲାନ୍ସ ଅଧିକାରୀ ସାଧନା ସ୍ୱାଇଁ, ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ...ଛତିଶଗଡ ସୀମାନ୍ତରେ ବଡ ଜୁଆ ଆଡ୍ଡାରେ ଚଢାଉ, 81 ଗିରଫ
ଇଟିଭି ଭାରତ, ନିମାପଡ଼ା