ETV Bharat / state

ସରିଲା ବାଲିଯାତ୍ରା, ସଫା ହେଲାନି ପଡିଆ: ଏମିତି ଚେତାବନୀ ଦେଲେ ଆଇନଜୀବୀ - BALI YATRA 2024

ଶନିବାରଠୁ ସରିଲାଣି ବାଲିଯାତ୍ରା । ଏଯାବତ ସଫା ହେଲାନି ପଡିଆ । ଅଦାଲତ ଅବମାନନା ମାମଲା ରୁଜୁ ନେଇ ଚେତାବନୀ ।

BALI YATRA
BALI YATRA (ETV Bharat Odisha)
author img

By ETV Bharat Odisha Team

Published : Nov 27, 2024, 10:30 PM IST

କଟକ: ସରିଲା ବାଲିଯାତ୍ରା । ଲୋକେ ବିକାକିଣା କଲେ । ଯିଏ ଯାହା ରାଜ୍ୟକୁ ଫେରିଲେ । ବାଲିଯାତ୍ରା ସରିବାର ଏ ମଧ୍ୟରେ 4 ଦିନ ବିତିଲାଣି । ହେଲେ ଏ ପର୍ଯ୍ୟନ୍ତ ସଫା ହୋଇପାରିନି ବାଲିଯାତ୍ରା ପଡିଆ । ଯୁଆଡେ ଚାହିଁଲେ କୁଢ କୁଢ ଅଳିଆ । ଆବର୍ଜନାରେ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ହେଲେ ସେ ପ୍ରତି ଯେମିତି କାହାର ନିଘା ନାହିଁ । ବାଲିଯାତ୍ରା ସରିବା ମାତ୍ରେ ଉଭୟ ପଡିଆକୁ ସଫା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି NGTର ନିର୍ଦ୍ଦେଶ ମଧ୍ୟ ରହିଛି । ମାତ୍ର ଏହି ନିର୍ଦ୍ଦେଶ କେବଳ କାଗଜ କଲମରେ ହିଁ ସୀମିତ ହୋଇ ରହିଯାଇଥିବା କଟକ ବାସିନ୍ଦା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ବରଂ ଦଶହରା ଠାରୁ ବାଲିଯାତ୍ରା ପର୍ଯ୍ୟନ୍ତ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଜିଲ୍ଲା ପ୍ରଶାସନ ଏବଂ ସିଏମସି ପାଳନ କରିନଥିବା ଆଇନଜୀବୀ ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ପ୍ରଶାସନ ଏବଂ ସିଏମସି ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବ ବୋଲି ଚେତାବନୀ ଦେଇଛନ୍ତି ହାଇକୋର୍ଟ ଆଇନଜୀବୀ ।

ବାଲିଯାତ୍ରା ପଡିଆରେ ଖାଲି ଅଳିଆ ଆଉ ଅଳିଆ:

BALI YATRA (ETV Bharat Odisha)

ବାଲିଯାତ୍ରା ସରିବା ପରେ ଅନେକ ବ୍ୟବସାୟୀ ଚାଲିଗଲେଣି । ଆଉ ଯେଉଁ କେତେଜଣ ଅଛନ୍ତି, ସେମାନେ ବି ଏବେ ଘର ମୁହାଁ ।
କିନ୍ତୁ ବଡ଼ କଥା ହେଉଛି ଯେ,ଗତ ଶନିବାରଠୁ ଆଜି ପର୍ଯ୍ୟନ୍ତ ସଫେଇ ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଏବେ ଜରି ଓ ପଲିଥିନ୍ ଆବର୍ଜନାରେ ପୋତି ହୋଇଗଲାଣି ଉଭୟ ଉପର ଓ ତଳ ପଡିଆ । ଏମିତିକି ସବୁ ଆବର୍ଜନା ଉଡି ଏବେ ନ‌ଦୀରେ ମିଶୁଥିବାରୁ ନଦୀକୂଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହାସହ ଆବର୍ଜନା ଭିତରେ ପୂରା ପଡ଼ିଆ ଓ ଆଖପାଖ ଅଞ୍ଚଳ ଏବେ ଦୁର୍ଗନ୍ଧରେ ଫାଟି ପଡୁଛି । ସବୁ ପ୍ରକାରର କଟକଣାକୁ ଫୁ' କରି ପ୍ରଶାସନ ଏବେ ନିଜ ଦାୟିତ୍ଵ ଭୁଲିଯାଇଥିବା କଟକ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ ବାଲିଯାତ୍ରା, ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜନ କରାଯାଇଥିଲା । ତେବେ ବାଲିଯାତ୍ରା ସଠିକ ଭାବରେ ପରିଚାଳନା କରିବାକୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଏନ୍‌ଜିଟିଙ୍କ ଗାଇଡଲାଇନ୍ସ ମଧ୍ୟ ରହିଛି । ମାତ୍ର ସେ ସବୁ ନିର୍ଦ୍ଦେଶନାମାକୁ ପ୍ରଶାସନ ଫୁ କରି ଦେଇଥିବା କଟକ ବାସିନ୍ଦା ଅଭିଯୋଗ କରିଛନ୍ତି ।

ସଫେଇକୁ ନେଇ ରହିଥିଲା କେଁ:

Bali yatra
Bali yatra (ETV Bharat Odisha)

ଚଳିତ ବର୍ଷ ସଫେଇକୁ ନେଇ ଆରମ୍ଭରୁ କେଁ ଦେଖାଦେଇଥିଲା । ପରିଚାଳନା କମିଟି ବଦଳରେ କଟକ ମହାନଗର ନିଗମ (ସିଏମସି) ଏହି ଟେଣ୍ଡର୍ ଡାକିଥିଲା । ତାହା ପୁଣି ୫୨ ଲକ୍ଷର ଟେଣ୍ଡର୍‌ରେ ମାସେ ସଫେଇ କରିବାକୁ ଚୁକ୍ତି ଉଲ୍ଲେଖ ଥିଲା । ଏହାକୁ ବାତିଲ୍ କରାଯାଇ ସମାନ ମୂଲ୍ୟରେ ଜିଲ୍ଲା ପ୍ରଶାସନ ପୁଣି ଡାକିଲା ତାହା ପୁଣି ୧୭ଦିନ ପାଇଁ । ଏଥିରେ ବାଲିଯାତ୍ରା ଦୁଇ ଦିନ ପୂର୍ବରୁ ସଫେଇ ହେବ । ତାହାବାଦ୍ ବାଲିଯାତ୍ରା ବେଳେ ୩ ଓଳି କର୍ମଚାରୀ ନିୟୋଜିତ କରାଯିବ । ଏମିତିକି ବାଲିଯାତ୍ରା ସରିବାର ୮ ଦିନ ସଫେଇ ଚାଲିବ । ପୂରା ପଡିଆକୁ ସଫା ରଖିବା ପାଇଁ ୧୭ ଦିନର ସଫେଇ ଟେଣ୍ଡର୍ ହୋଇ ୫୨ ଲକ୍ଷରେ ନିର୍ଦ୍ଦିଷ୍ଟ ସଂସ୍ଥା ଜାଗୃତିକୁ ଦିଆଗଲା । ଉକ୍ତ ସଂସ୍ଥା ଗତ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସଫେଇ କରିବାକୁ ଚୁକ୍ତି ହୋଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଆରମ୍ଭରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଯଦିଓ ବାଲିଯାତ୍ରା ୮ମ ରାତି ପର୍ଯ୍ୟନ୍ତ ସଫେଇ ହୋଇଥିଲା ସେଥିରେ ସିଏମ୍‌ସିର ଗାଡି ଓ କର୍ମଚାରୀ ନିୟୋଜିତ ହୋଇଥିଲେ । ବାଲିଯାତ୍ରା ସରିବା ମାତ୍ରେ ଉଭୟ ପଡିଆ ସଫା କରିବା କଥା । ମାତ୍ର ଏହାକୁ ବି ଉଲ୍ଲଘଂନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ସରିଲା ଐତିହାସିକ ବାଲିଯାତ୍ରା: ଏଥର ୨୫୦ କୋଟିର ବ୍ୟବସାୟ, ଶେଷ ସଂଧ୍ୟାରେ ବୁଲିଲେ 12 ଲକ୍ଷ ଦର୍ଶକ

ବାଲିଯାତ୍ରାରେ ପରିମଳ ଅବ୍ୟବସ୍ଥା, ସ୍ଥିତି ପରଖିଲା ETV Bharat

ପିଲାଦିନ ସ୍ମୃତି ସାଉଁଟୁଛି ବାଲିଯାତ୍ରା ପଡ଼ିଆ, ମନ କିଣୁଛି ବେଙ୍ଗ ବାଜାକୁ ମାଙ୍କଡ଼ ଡିଆଁ ଖେଳନା

ଦୁର୍ନୀତି ହେଲା କାଳ ! ସିଏମସି ହାତରୁ ଖସିଲା ବାଲିଯାତ୍ରା ଟେଣ୍ଡର

ଅଦାଲତ ଅବମାନନା ମାମଲା ରୁଜୁ ଚେତାବନୀ:

Bali yatra
Bali yatra (ETV Bharat Odisha)

ଅନ୍ୟପଟେ ହାଇକୋର୍ଟର ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି, ‘ହାଇକୋର୍ଟ ଏହି ପ୍ରସଙ୍ଗକୁ ନେଇ ଯେଉଁ ନିର୍ଦ୍ଦେଶ ଦେଇଥିଲେ ପ୍ରଶାସନ ତାହାକୁ ଉଲ୍ଲଙ୍ଘନ କରିଛି । ତେବେ ଏନେଇ ପ୍ରଶାସନ ଏବଂ ସିଏମସି ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.