ରଥଖଳା ହାଲଚାଲ: ତିନିରଥର ଗରଗରା ଚଉପଟ କାର୍ଯ୍ୟ ଆରମ୍ଭ

By

Published : Jun 1, 2022, 4:42 PM IST

thumbnail

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ତିନିରଥର ଅନୁକୂଳ ଅଖକୁ ମିଶାଇ ମୋଟ ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଛି । ତିନିରଥର 'ଗରଗରା' ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି ତିନିରଥର ଭୁଇଁଚଉତା ନିର୍ମାଣ ଶେଷ ପରେ ଚଉତାର ଦୁଇପଟ ସାଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଧ୍ଵଜ ରଥର ପୋଲ ଗୟଳ ଚିରଟ ଶେଷ ହୋଇ ଚଉପଟ କାର୍ଯ୍ୟ ବାକି ରହିଛି । ସେହିପରି ନନ୍ଦିଘୋଷ ରଥର ପୋଲ ଗୟଳ ଦୁଇପାର୍ଶ୍ୱ ବାରିସୀରେ ସମତଳ କରିବା ପରେ କରତି ସେବକମାନେ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ତିନିରଥର ବାକି ରହି ଯାଇଥିବା ଓରାରେ ବିନ୍ଧ, ଆଡ଼ି ବିନ୍ଧ ଶେଷ ହୋଇଛି । ତାଳଧ୍ଵଜ ରଥର ମୋଟ ୭ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ପରେ ରଥ ଅମୀନ ତିନିରଥ ଚାଳିକୁ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ 'ଗରଗରା 'ନିର୍ମାଣ ପାଇଁ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇଛନ୍ତି । ତାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି । ଏଥିସହ ଚଉଦ ନାହାକା ନିର୍ମାଣ ଶେଷପରେ ତାର ଦୁଇ ମୁଣ୍ଡ ସାଲ କାର୍ଯ୍ୟ ଜାରି ରହିଥିଲା । ସାଲ କାର୍ଯ୍ୟ ଶେଷ ହୋଇଛି । ସେହିପରି ବାକି ରହିଥିବା କେତୋଟି ଓରାର ବିନ୍ଧ, ଆଡ଼ି ବିନ୍ଧ ଶେଷ ହୋଇଛି । ଦେବଦଳନ ରଥର ମୋଟ ୬ଟି ଅଖ ନିର୍ମାଣ ଶେଷ ହୋଇଛି । ଏଥିସହ ଦୁଇଟି 'ଗରଗରା' ରଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ନିର୍ମାଣପରେ ଦେବଦଳନ ରଥର କେତୋଟି ବାକିଥିବା ଚଉଦନାହାକାର ଦୁଇମୁଣ୍ଡ ସାଲ ଶେଷ ହୋଇ ଓରାରେ ବିନ୍ଧ ଆଡିବିନ୍ଧ ଶେଷ ହୋଇଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.