ରଥଖଳା ହାଲଚାଲ: ଶୀତଳ ଷଷ୍ଠୀ ପୂର୍ବରୁ ୨୧ ଅଖରେ ସଂଯୋଗ ହେବ ୪୨ଚକ - ରଥଖଳା ନ୍ୟୁଜ ପୁରୀ

🎬 Watch Now: Feature Video

thumbnail

By

Published : May 28, 2022, 4:34 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଚକ ନିର୍ମାଣ କାର୍ଯ୍ୟ । ତିନି ରଥରେ ଚାଲିଛି ନାହାକା ନିର୍ମାଣ କାର୍ଯ୍ୟ 28 ମଇ ସୁଦ୍ଧା 39 ଟି ରଥଚକ ନିର୍ମାଣ କାର୍ଯ୍ୟ ସରିଛି । ତିନି ରଥର ମୋଟ 42 ଟି ଚକ ନିର୍ମାଣ ହେବାକୁ ଥିବାବେଳେ ପରମ୍ପରା ଅନୁଯାୟୀ ମଙ୍ଗଳବାର ଭୋଇ ସେବକମାନେ ମା' ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା କରିବା ପରେ ରଥଚକ ନିର୍ମାଣ ସରିବ । ଚକ ନିର୍ମାଣ ପାଇଁ ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଉଛି । ସେହିପରି ତିନି ରଥର ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିବାବେଳେ ରୂପକାର ସେବକମାନେ ଗୁଜଗୁଡିକରେ ଖୋଦେଇ କରୁଛନ୍ତି । ଚଉତା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖମ୍ବିଗୁଡିକରେ ବିନ୍ଧ କରାଯାଉଛି । ଅସ୍ଥାୟୀ କମାରଶାଳରେ ରଥ ନିର୍ମାଣ ପାଇଁ ଓଝା ସେବକ କଣ୍ଟାକବ୍‌ଜା ପ୍ରସ୍ତୁତ କରୁଛନ୍ତି । ଶୀତଳ ଷଷ୍ଠୀ ପୂର୍ବରୁ ୨୧ ଅଖରେ ୪୨ଚକ ସଂଯୋଗ କରାଯିବ । ତାହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ତିନିରଥ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦ଫୁଟିଆ ଧଉରା କାଠରେ ଚାରିନାହାକା ନିର୍ମାଣ କରାଯାଉଛି । ଦଣ୍ଡା ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ଯୋଗାଇ ଦିଆଯାଇଛି । ଓରା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଗୟଳ କାମ ଅବ୍ୟାହତ ରହିଛି । ସେହିପରି ମୁହାଣ୍ଟ, ନିରାଡି ଓ ଓରା ନିର୍ମାଣ ସରିଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.