thumbnail

By

Published : Jun 17, 2022, 4:26 PM IST

ETV Bharat / Videos

ରଥଖଳା ହାଲଚାଲ: ୩ ରଥକୁ ଉଠିଲା ଚଉଦ ନାହାକା, ଲାଗିବ ଢମକ

ପୁରୀ: ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ ଥିବା ବେଳେ ୩ ରଥରେ ଉଠିଛି ଚଉଦ ନାହାକା । ଏହାଛଡା ପ୍ରଥମ ଓ ଦ୍ଵିତୀୟ ଭୂଇଁ ସଂଯୋଗ କରାଯାଇଛି । ତୃତୀୟ ଭୂଇଁ ପ୍ରସ୍ତୁତ କରି ରଖାଯାଇଛି । ତିନିରଥରେ ଦୁଇଟି ଲେଖାଏଁ ଢମକ ଲଗାଯିବା ସହ କଣ୍ଟା ବାଡ଼ାଯିବ । ଏହାପରେ ତୃତୀୟ ଭୂଇଁ, ପୋଟଳ ଖମ୍ବି ଏବଂ ପୋଟଳ ପାରେଣି ଖଞ୍ଜାଯିବ । ତିନିପରସ୍ତ ପୋଟଳ ନିର୍ମାଣ ଶେଷ ହୋଇଛି । ଖପୁରି ସଂଯୋଗ ପାଇଁ ପ୍ରସ୍ତୁତି ଚାଲିଛି । ଖପୁରି ଉପରେ କଳସ ସଂଯୋଗ କରାଯିବ। ରୂପକାର ସେବକ ନାଟ ଗୋଡରେ ଖୋଦେଇ ଜାରି ରଖିଛନ୍ତି । ଚିତ୍ରକାର ପାର୍ଶ୍ଵ ଦେବଦେବୀ, ଶିଖର ଡମ୍ବରୁ ଓ ସଖୀ ଗୁଡିକରେ ଚିତ୍ର ଆରମ୍ଭ କରିଛନ୍ତି । ଅସ୍ଥାୟୀ କମାରଶାଳରେ ଓଝା ସେବକ ତିନିରଥର ଭୂଇଁ ପାଇଁ ବିଡ଼ିଆ କଣ୍ଟା, ପୋଟଳ, ଓରାକଣ୍ଟା, ଗୋଡିଛାଲ କଣ୍ଟା ଓ ବାଗିଆ କଣ୍ଟା ପ୍ରସ୍ତୁତ କରୁଛନ୍ତି । ରଥ ଅଶ୍ଵମାନଙ୍କୁ ଅଣାଯାଇ ରଥଖଳାରେ ରଖାଯାଇଛି । ସେମାନଙ୍କୁ ଆବଶ୍ୟକ ମରାମତି ସହ ରଙ୍ଗ କରାଯିବ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.