ରଥଖଳା ହାଲଚାଲ: ଦଣ୍ଡାରେ ଚାଲିଛି କଣ୍ଟା ବାଡ଼ିଆ କାର୍ଯ୍ୟ

By

Published : Jun 9, 2022, 4:00 PM IST

thumbnail
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଅଖ ଉପରେ ପକାଯାଇଥିବା ଦଣ୍ଡାରେ କମାର ସେବକ କଣ୍ଟା ବାଡଉଛନ୍ତି । ପରମ୍ପରା ଅନୁଯାୟୀ ତିନିରଥ ମୁଖ୍ୟ କମାର ଦଣ୍ଡାରେ ମାଳ ମହାପ୍ରସାଦ ଲାଗି କରିବା ସହ ନଡି଼ଆ ବାଡ଼େଇ କଣ୍ଟା ବାଡି଼ଆ ଅନୁକୂଳ କରିଛନ୍ତି । ତାଳଧ୍ଵଜ ରଥ ଦଣ୍ଡାରେ ୭୭, ନନ୍ଦିଘୋଷ ଦଣ୍ଡାରେ ୮୮ ଏବଂ ଦେବଦଳନ ରଥ ଦଣ୍ଡାରେ ୫୮ କଣ୍ଟା ବାଡାଯିବ । ଏହାକୁ ଦଣ୍ଡାକଣ୍ଟା କୁହାଯାଏ । ଆଗ ଓ ପଛରେ ମୁହାଣ୍ଟ ସଂଯୋଗ କରାଯାଇଛି । ସେଥିରେ ସାଲଗୁଜ, ଜଳଯନ୍ତ୍ର ଏବଂ ନିରାଡି ଲଗାଯାଇଛି । ରଥ ଉପରେ ଗରଗରା ଉଠାଯାଇଛି । ସେଥିରେ ଖୋଦେଇ କରାଯିବା ସହ କଣ୍ଟା ବାଡିଆଯିବ । ତାଳଧ୍ଵଜ, ନନ୍ଦିଘୋଷ ଓ ଦେବଦଳନ ରଥର ୨୯ଟି ଗରଗରା ଚଉପଟ କରାଯାଇଛି । ରୂପକାର ସେବକ ତିନିରଥ ସିଂହାସନରେ କୁମ୍ଭ, ଡାଳି, ଲତା ଓ ପଦ୍ମ ପାଖୁଡା ସମେତ ନାଟଗୋଡରେ ଗନ୍ଧର୍ବ ରୂପ ଖୋଦେଇ କରୁଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.