ରଥଖଳା ହାଲଚାଲ: ୩ ରଥର ଯୋକା ଓ ଅଁଳା ଚଉପଟ କାର୍ଯ୍ୟ ଜାରି

By

Published : Jun 13, 2022, 5:15 PM IST

thumbnail

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତାଳଧ୍ଵଜ ଓ ନନ୍ଦିଘୋଷ ରଥର ଉଭୟ ପାର୍ଶ୍ଵରେ ତିନିଟି ଲେଖାଏଁ ୬ଟି ପୋଲ ଗୟଳ ପଡ଼ି ଟାଣ କଣ୍ଟା ବାଡ଼ିଆ ହୋଇଛି । ଦେବଦଳନ ରଥରେ ଦୁଇଟି ଲେଖାଏଁ ୪ଟି ପୋଲ ଗୟଳ ପଡ଼ିଛି। ତାଳଧ୍ଵଜ ଓ ନନ୍ଦିଘୋଷର ରଥର ଉଭୟ ପାର୍ଶ୍ଵରେ ୩ଟି ଲେଖାଏଁ ୬ଟି ଛନ୍ଦା ଗୟଳ ପଡ଼ି କଣ୍ଟା ବାଡ଼ିଆ ହୋଇଛି । ଦେବଦଳନ ରଥର ଉଭୟପାର୍ଶ୍ଵରେ ଦୁଇଟି ଲେଖାଏଁ ଛନ୍ଦା ଗୟଳ ପଡ଼ି କଣ୍ଟା ବାଡ଼ିଆ ହୋଇଛି । ୩ରଥରେ ଯୋକା ସଂଯୋଗ ପାଇଁ ରଥ ପାଖରେ ଯୋକା ସାଇତା ହୋଇଛି । ତିନିରଥର ଦୁଇଟି ଲେଖାଏଁ ଧୂଳି ଦଣ୍ଡା, ୫ଟି ଲେଖାଏଁ ଜଗତ ପୃଷ୍ଠ ଶେଣି ଶେଷ ହୋଇଥିଲା । ତିନି ରଥର ୪ଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି । ତିନିରଥର ଦୁଆର ବେଢ଼ା ପାଇଁ ୨ଟି ଲେଖାଏଁ ଅଁଳା ଚଉପଟ ଶେଷ ହୋଇଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.