thumbnail

By

Published : Jun 20, 2022, 5:07 PM IST

ETV Bharat / Videos

ରଥଖଳା ହାଲଚାଲ: ୩ ରଥର ପୋଟଳ, ପାରାଭାଡି ଓ ଖପୁରି ନିର୍ମାଣ ଶେଷ

ପୁରୀ: ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ଦିନ କେଇଟା ବାକି ରହିଲା । ଏଥିପାଇଁ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥ ପାଇଁ ପୋଟଳ, ପାରାଭାଡି ଏବଂ ଖପୁରି ନିର୍ମାଣ ଶେଷ ହୋଇଛି । କଳସରେ ପାଖୁଡ଼ା ଲଗାଯାଇଛି, ୩ ରଥର ପଛୁଆଣି କତରା ସଂଯୋଗ କରାଯାଇଛି । ତାଗ ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚନ୍ଦ୍ରଶାଳି ନିର୍ମାଣ ବି ଶେଷ ହୋଇଛି । ବଡ଼ଧରା ପୋଟଳ ନିକଟରେ ୮ଟି ଲେଖାଏଁ ବତା ବାଡ଼ାଯାଇଛି । ପୋଟଳରେ ନାହାକା ଲଗାଯାଇଛି । ରୂପକାର ସେବକ ନାଟଗୋଡ଼ ସମେତ ସିଂହାସନରେ ଖୋଦେଇ କରୁଛନ୍ତି । ରୂପକାରଙ୍କ ଦ୍ଵାରା ପାର୍ଶ୍ଵ ଦେବଦେବୀଙ୍କୁ ରଙ୍ଗ କରାଯାଉଛି । ଦରଜି ସେବକ ରଥକନା ସିଲାଇ କରୁଛନ୍ତି । ଅସ୍ଥାୟୀ କମାରଶାଳରେ ରଥ ନିର୍ମାଣ ପାଇଁ କଣ୍ଟାକବଜା ପ୍ରସ୍ତୁତ କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.