ରୋହିଣୀ କୋର୍ଟ ପରିସରରେ ଗୁଳି ଫୁଟିବା ଘଟଣା, ଆସିଲା ସିସିଟିଭି ଫୁଟେଜ - ଆସିଲା ରୋହିଣୀ କୋର୍ଟରେ ଗୁଳି ଫୁଟିବା ଘଟଣା ସିସିଟିଭି ଫୁଟେଜ
🎬 Watch Now: Feature Video

ନୂଆଦିଲ୍ଲୀ: ରାଜଧାନୀର ରୋହିଣୀ କୋର୍ଟରେ ଗୁଳି ଫୁଟିବା ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇଛି, ପ୍ରଥମେ ଦୁଇଜଣ ଓକିଲ ଜଣେ ବ୍ୟକ୍ତିଙ୍କୁ ମାଡ ମାରୁଛନ୍ତି । ତେବେ ମାଡ ମାରିବା ବେଳେ ସେମାନେ ୮ ନମ୍ବର ଗେଟ ନିକଟରେ ପହଞ୍ଚନ୍ତି । ସେହିପରି ଏହି ସମୟରେ କୋର୍ଟରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ଉଦ୍ଧାର ପାଇଁ ଆସିଛନ୍ତି । ତେବେ ପରିସ୍ଥିତ ଶାନ୍ତ ନ ହେବାରୁ ଜଣେ ଭୂମିରେ ଗୁଳି ଚାଳନା କରିଛନ୍ତି । ଏହା ପରେ ପରିସ୍ଥିତ ଶାନ୍ତ ହୋଇଥିବା ବେଳେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ