thumbnail

By

Published : Sep 6, 2022, 8:45 PM IST

ETV Bharat / Videos

ନବୀନଙ୍କ ସ୍ୱାଗତରେ ଦାଉ ସାଧିଲା ବର୍ଷା, ରକ୍ଷା କଲା ପୋଷ୍ଟର ବ୍ୟାନର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଜୀବନବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ ହେବାପରେ ଭୁବନେଶ୍ବର ଫେରିଛନ୍ତି । ଏହାକୁ ନେଇ ବିଜେଡି ପକ୍ଷରୁ ବିରାଟ ପଟୁଆରର ଆୟୋଜନ କରାଯାଇଥିଲା । ଶୋଭାଯାତ୍ରା ସହ ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ରାସ୍ତା ଜନସମୁଦ୍ର ପାଲଟିଥିଲା । ନବୀନଙ୍କ ସ୍ବାଗତ ପାଇଁ ସମସ୍ତେ ନାଚଗୀତରେ ସମର୍ଥକ ମସଗୁଲ ଥିବା ବେଳେ ବର୍ଷା ଏଥିରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଏହାଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା ଫିକା ପଡ଼ିନଥିଲା । ଭୀଷଣ ବର୍ଷା ସତ୍ତ୍ବେ ନବୀନ ପଟ୍ଟନାୟକଙ୍କ ପାଇଁ ଭିଜିଥିଲେ ସମର୍ଥକ । ନିଜ ନେତାଙ୍କୁ ଦେଖିବାକୁ ଆସିଥିବା ସମର୍ଥକଙ୍କ ସାହାରା ପାଲଟିଥିଲା ଦଳୀୟ ପ୍ରଚାରର ପୋଷ୍ଟର ବ୍ୟାନର । ଏହି ପୋଷ୍ଟର ବ୍ୟାନର ସମର୍ଥକଙ୍କୁ କିଛି ମାତ୍ରାରେ ବର୍ଷା ଦାଉରୁ ରକ୍ଷା କରିଥିଲା । ତେବେ ବର୍ଷାକୁ ଭୃକ୍ଷେପ ନକରି ନେତା କର୍ମୀ ସଭିଁଏ ନବୀନଙ୍କ ସ୍ବାଗତରେ ଝୁମି ଉଠିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.