WATCH VIDEO: ଆଖି ପିଛୁଳାକେ ଉଡ଼ିଲା ବାଇକ, ଅଳ୍ପକେ ବର୍ତ୍ତିଲେ ଆରୋହୀ - କେରଳରେ ସଡ଼କ ଦୁର୍ଘଟଣା

🎬 Watch Now: Feature Video

thumbnail

By

Published : Jun 5, 2022, 10:19 AM IST

ଥିରୁଅନନ୍ତପୁରମ: ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀ । ଦ୍ରୁତ ଗତିରେ ବାଇକ ଚଲାଉଥିବାରୁ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ ଦଇବ ସାଜିଲା ସାହା । ବାଇକ ପତ୍ର ପରି ଉଡ଼ି ଟ୍ରାନ୍ସଫର୍ମରରେ ବାଡ଼େଇ ହୋଇଥିବା ବେଳେ ଯୁବକ ଜଣକ ରାସ୍ତାରେ ଛିଟ୍‌କି ପଡ଼ିଥିଲେ । ମାତ୍ର ତାଙ୍କୁ ସେପରି କୌଣସି ବଡ଼ ଆଘାତ ଲାଗିନାହିଁ । ଏଭଳି ଭୟଙ୍କର ଦୁର୍ଘଟଣା କେରଳ ଇଡୁକ୍କି ନିକଟ ଭେଲ୍ଲାୟାମକୁଡ଼ି ନିକଟରେ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ କେରଳ ବିଦ୍ୟୁତ ବୋର୍ଡର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ବିଦ୍ୟୁତ ସରବରାହକୁ ବନ୍ଦ କରିଥିଲେ । ଏହି ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି । ବାଇକ ଆରୋହୀକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.